ରିପୋର୍ଟ କାର୍ଡ / ଭୁବନେଶ୍ୱର
ମୋଟର ଯାନ ଆଇନକୁ ଆହୁରି କଡ଼ାକଡ଼ି କରାଯାଇଛି । ମୋଟର ଯାନ ଆଇନ ଉଲ୍ଲଙ୍ଘନ କଲେ ଅସ୍ଥାୟୀ ଭାବେ ଲାଇସେନ୍ସ ରଦ୍ଦ ହେବ । ପ୍ରାୟ ୩ ମାସ ପାଇଁ ଅସ୍ଥାୟୀ ଭାବେ ଡ୍ରାଇଭିଙ୍ଗ ଲାଇସେନ୍ସ ରଦ୍ଦ ହେବ । ଏନେଇ ସମସ୍ତ ପରିବହନ ଅଧିକାରୀଙ୍କୁ ବା ଆରଟିଓକୁ ଚିଠି ଲେଖିଛନ୍ତି ପରିବହନ କମିଶନର । ହେଲମେଟ୍ ନପିନ୍ଧିଲେ ଓ ମୋବାଇଲ ବ୍ୟବହାର କରୁଥିଲେ ଲାଇସେନ୍ସ ରଦ୍ଦ ହେବ । ଏହା ବ୍ୟତୀତ ମଦ ପିଇ ଗାଡ଼ି ଚଳାଇଲେ ଓ ଅଧିକ ବେଗରେ ଗାଡ଼ି ଚଳାଇଲେ ବି ଲାଇସେନ୍ସ ରଦ୍ଦ କରାଯିବ । ସେହିପରି ‘ରେଡ଼୍ ଲାଇଟ୍’ ଉଲ୍ଲଙ୍ଘନ ଓ ଭୁଲ ଦିଗରେ ଗାଡ଼ି ଚଳାଇଲେ ଲାଇସେନ୍ସ ରଦ୍ଦ କରାଯିବ । ଏହି ଦିଗରେ ସୁପ୍ରିମକୋର୍ଟ କମିଟିର ନିର୍ଦ୍ଦେଶ ଲାଗୁ କରିବାକୁ ଚିଠି ଲେଖିଛନ୍ତି ପରିବହନ କମିଶନର ।






More Stories
ଘରୋଇ ବସ୍ ମାଲିକ ସଂଘର ଚେତାବନୀ…..
ପ୍ରେମ ପାଇଁ ଥାର ଚଢ଼ାଇ ହତ୍ୟା…..
ଆୟୁଷ୍ମାନ କାର୍ଡକୁ ନେଇ ବଡ଼ ସୂଚନା……