ରିପୋର୍ଟ କାର୍ଡ / ନୂଆଦିଲ୍ଳୀ
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଗଗନଯାନ’ ଅଭିଯାନ ପାଇଁ ୪ଜଣ ମହାକାଶଚାରୀଙ୍କ ନାଁ ଘୋଷଣା କରିଛନ୍ତି। ସେମାନେ ହେଲେ ଗ୍ରୁପ୍ କ୍ୟାପ୍ଟେନ୍ ପ୍ରଶାନ୍ତ ବାଲକ୍ରିଷନ୍, ଅଜିତ କ୍ରିଷନନ୍, ଅଙ୍ଗଦ ପ୍ରତାପ ଏବଂ ୱିଙ୍ଗ୍ କମାଣ୍ଡର ଶୁଭାଂଶୁ ଶୁକ୍ଲା। ବିକ୍ରମ ସାରାଭାଇ ସ୍ପେଶ୍ ସେଣ୍ଟରରୁ ଏମାନଙ୍କ ନାଁ ଘୋଷଣା କରିଛନ୍ତି ମୋଦୀ। ଏହି ଚାରିଜଣ ଭାରତୀୟ ବାୟୁସେନା ଅଧିକାରୀ ପ୍ରଥମ ଭାରତୀୟ ହେବେ ଯେଉଁମାନେ ଏକ ନିଜ ମାଟିର ମହାକାଶ ଯାନରେ ଭାରତୀୟ ମାଟିରୁ ମହାକାଶକୁ ଯିବେ। ଏହି ଚାରିଜଣ ମହାକାଶଚାରୀମାନେ ରୁଷ୍ରେ ବ୍ୟାପକ ତାଲିମ ନେଇଛନ୍ତି। ଏହି ୪ ଜଣ ପାଇଲଟ୍ ଦେଶର ବାୟୁସେନାର ସବୁ ପ୍ରକାର ଫାଇଟର ଜେଟ୍ ଉଡାଇସାରିଛନ୍ତି । ସବୁପ୍ରକାର ଫାଇଟର ଜେଟ୍ ବିଷୟରେ ଏହି ୪ଜଣ ପାଇଲଟଙ୍କର ସବିଶେଷ ଜ୍ଞାନ ରହିଛି। ଏବେ ବେଙ୍ଗାଲୁରୁ ଏଷ୍ଟ୍ରୋନଟ୍ ଟ୍ରେନିଙ୍ଗ ଫ୍ୟାସିଲିଟିରେ ଏମାନଙ୍କ ଟ୍ରେନିଙ୍ଗ ଚାଲିଛି। ଚଳିତବର୍ଷ ଶେଷ ଆଡ଼କୁ ଇସ୍ରୋ ଏହି ୪ଜଣ ପ୍ରଶିକ୍ଷିତ ପାଇଲଟଙ୍କୁ ଗଗନଯାନରେ ମହାକାଶ ପଠାଇବାକୁ ଲକ୍ଷ୍ୟ ରଖିଛି।






More Stories
ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ…..
ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ଗିରଫ…..
କୌଣସି ଲକ୍ଡାଉନ୍ ହେବନି…..