ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଚଳିତ ମାସ ୨୧ ତାରିଖରେ ‘ଗଗନାୟନ’ ପରୀକ୍ଷଣ ଯାନ ବିକାଶ ଉଡାଣ (ଟିଭି – ଡି୧)ର ଉତ୍କ୍ଷେପଣ ହେବ। ଚନ୍ଦ୍ରଯାନ ଅଭିଯାନ ସହ ଜଡିତ ଇସ୍ରୋ ବୈଜ୍ଞାନିକ ମାନଙ୍କର ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଏବଂ ମହାକାଶ ରାଷ୍ଟ୍ର ମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହ ଏହା କହିଛନ୍ତି। ଇସ୍ରୋ ‘ଗଗନଯାନ’ ଅଭିଯାନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ କ୍ରୁ ଏସ୍କେପ୍ ସିଷ୍ଟମ (ଜରୁରୀକାଳୀନ ପଳାୟନ ବ୍ୟବସ୍ଥା )ର ଫଳପ୍ରଦ ପରୀକ୍ଷା କରିବ, ଯାହା ଫଳରେ ୨୦୨୪ ସୁଦ୍ଧା ବାହ୍ୟ ମହାକାଶକୁ ମାନବରହିତ ଏବଂ ମାନବଯୁକ୍ତ ଅଭିଯାନ ଆରମ୍ଭ ହେବ । ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ ମହାକାଶ କେନ୍ଦ୍ରରେ ଏହି ପରୀକ୍ଷଣ କରାଯିବ । ‘ଗଗନଯାନ’ ଅଭିଯାନ ସମୟରେ ମହାକାଶଚାରୀ ମାନଙ୍କ କ୍ରୁ ମଡ୍ୟୁଲ୍ ମହାକାଶକୁ ନେଇ ଯିବ। ଏହି ପରୀକ୍ଷଣରେ ବାହ୍ୟ ମହାକାଶକୁ ଏକ କ୍ରୁ ମଡ୍ୟୁଲ୍ ଉତକ୍ଷେପଣ କରିବା ଏବଂ ଏହାକୁ ପୃଥିବୀକୁ ଫେରାଇ ଆଣିବା ଏବଂ ବଙ୍ଗୋପସାଗରରେ ଏହା ସ୍ପର୍ଶ କରିବା ପରେ ଏହାକୁ ପୁନରୁଦ୍ଧାର କରିବା ଅନ୍ତର୍ଭୁକ୍ତ । ଭାରତୀୟ ନୌସେନାର ଯବାନମାନେ ମଡ୍ୟୁଲକୁ ଉଦ୍ଧାର କରିବା ପାଇଁ ମକ୍ ଅପରେସନ ଆରମ୍ଭ କରି ସାରିଛନ୍ତି।






More Stories
ତାରିକ ରହମାନଙ୍କ ଶପଥ ଗ୍ରହଣରେ ଯୋଗଦେବେ ଓମ୍ ବିର୍ଲା…..
ଗର୍ଲଫ୍ରେଣ୍ଡକୁ ସୁଟକେଶରେ ପୁରାଇ ଦେଲେ…..
ଆରାବଳୀକୁ କାହାକୁ ଛୁଇଁବାକୁ ଦେବୁ ନାହିଁ……