ରିପୋର୍ଟ କାର୍ଡ / ପୁରୀ
ଆଜି ପବିତ୍ର ମାଘ ପୂର୍ଣ୍ଣିମା। ମହାପ୍ରଭୁ ଜଗନ୍ନାଥ ରତ୍ନସିଂହାସନରେ ଚତୁର୍ଦ୍ଧାମୂର୍ତ୍ତି ଗଜଉଦ୍ଧାରଣ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ମଧାହ୍ନ ଧୂପ ପରେ ମଇଲମ ହେବାପରେ ସିଂହାରୀ ସେବକଙ୍କ ଦ୍ୱାରା ଗଜ ଉଦ୍ଧାରଣ ବେଶ ହୋଇଥାଏ। ସନ୍ଧ୍ୟାଧୂପ ଶେଷ ପରେ ସାହାଣ ମେଲା ଅନୁଷ୍ଠିତ ହୁଏ । ସାହାଣ ମେଲା ଦର୍ଶନ ପରେ ମହାସ୍ନାନ ହୋଇ ଶ୍ରୀଜୀଉମାନଙ୍କ ଅନ୍ୟାନ୍ୟ ନୀତି ହୁଏ । ଏହି ବେଶରେ ଶ୍ରୀଜଗନ୍ନାଥ ଶଙ୍ଖ, ଚକ୍ର, ଗଦା, ପଦ୍ମ ଧାରଣ କରି ଗରୁଡ ଉପରେ ବସିବା ଭଙ୍ଗୀରେ ରହନ୍ତି ଏବଂ ତାଙ୍କ କୋଳରେ ଲକ୍ଷ୍ମୀ ପ୍ରତିମା ବିରାଜମାନ କରିଥାନ୍ତି । ବଳଭଦ୍ର ମହାପ୍ରଭୁ ଶଙ୍ଖ, ଚକ୍ର, ହଳ, ମୂଷଳ ଧରି ବାସୁଦେବ ରୂପରେ ବିରାଜମାନ କରିଥାନ୍ତି ଓ ସୁଭଦ୍ରା କୃଷ୍ଣଙ୍କ ପରି ପାଦକୁ ଛନ୍ଦି ଏକ ପଦ୍ମ କଢି ଧରି ବିରାଜମାନ ହୋଇଥାନ୍ତି । କୁମ୍ଭୀର ଓ ଗଜ ଆଦି ରହିଥାନ୍ତି।






More Stories
ଶୁଭ ଫଳ ମିଳିବ…..
ସତର୍କ ରୁହନ୍ତୁ…..
କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ…..