ରିପୋର୍ଟ କାର୍ଡ / ଗଜପତି
ପାରଳାଖେମୁଣ୍ଡିରେ ଡାକ୍ତରଙ୍କୁ ଜୋତାରେ ପିଟିଲେ ମୃତକଙ୍କ ମାଆ। ଜବାହାର ନବୋଦୟ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ସୌଦାମିନୀ ରଇତଙ୍କ ସନ୍ଦେହଜନକ ମୃତ୍ୟୁ ପରେ ଡାକ୍ତର ଭୁଲ ପୋଷ୍ଟମର୍ଟମ ରିପୋର୍ଟ ଦେଇଥିବା ଅଭିଯୋଗ ହୋଇଛି। ତେବେ ଏହି ରିପୋର୍ଟ ଭୁଲ ଓ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରି ସଂପୃକ୍ତ ଡାକ୍ତରଙ୍କୁ ଜୋତାରେ ମାଡ଼ ମାରିଛନ୍ତି ମୃତକଙ୍କ ମାଆ। ସୂଚନା ଅନୁସାରେ ମୃତ ଛାତ୍ରୀ ସୌଦାମିନୀଙ୍କ ମା’ ସୁଜ୍ଞାନୀ ମଙ୍ଗଳବାର ସକାଳେ ହଠାତ୍ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଥିଲେ। ଆଉ ମୃତଦେହକୁ ବ୍ୟବଚ୍ଛେଦ କରିଥିବା ଡାକ୍ତର ରଶ୍ମିରଂଜନ ମିଶ୍ରଙ୍କ ପ୍ରକୋଷ୍ଠରେ ପଶି ଆକ୍ରମଣ କରିଥିଲେ। ଏନେଇ ସଂପୃକ୍ତ ଡାକ୍ତର ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଜଣାଇଛନ୍ତି।୨୦୨୩ ଫେବୃୟାରୀ ୨୨ତାରିଖରେ ପାରଳାଖେମୁଣ୍ଡି ଜବାହାର ନବୋଦୟ ବିଦ୍ୟାଳୟର ୯ମ ଶ୍ରେଣୀ ଛାତ୍ରୀ ସୌଦାମିନୀ ରଇତଙ୍କ ମୃତଦେହ ହଷ୍ଟେଲ ପରିସରରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ସ୍କୁଲ କର୍ତ୍ତୃପକ୍ଷ ଏହାକୁ ଆତ୍ମହତ୍ୟା ବୋଲି କହୁଥିବା ବେଳେ ପରିବାର ଲୋକେ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି। ଏହି ଘଟଣାର ତଦନ୍ତ ପାରଳାଖେମୁଣ୍ଡି ପୋଲିସ କରିଥିଲା।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..