ରିପୋର୍ଟ କାର୍ଡ / ଗଜପତି
ଗଜପତି ଜିଲ୍ଲାର ନୂଆ ଜିଲ୍ଲାପାଳ ହେଲେ ଅକ୍ଷୟ ସୁନିଲ ଅଗ୍ରୱାଲ । ନୂଆବର୍ଷରେ ନିଯୁକ୍ତି ଦେଇଛନ୍ତି ସରକାର । ଗତ କିଛି ଦିନ ହେଲା ଜିଲ୍ଲାପାଳ ମଧୁମିତା ଛୁଟିରେ ଥିବା ବେଳେ ବର୍ତ୍ତମାନ ସରକାରଙ୍କ ପକ୍ଷରୁ ନୂତନ ଜିଲ୍ଲାପାଳଙ୍କ ନାମ ସାମ୍ନାକୁ ଆସିିଛି । ଅକ୍ଷୟ ସୁନିଲ ଅଗ୍ରୱାଲ ବର୍ତ୍ତମାନ ନୟାଗଡ଼ ଜିଲ୍ଲାପାଳ ଭାବରେ କାର୍ଯ୍ୟରତ ଅଛନ୍ତି । ତେବେ ପୂର୍ବତନ ଜିଲାପାଳ ମଧୁମିତାଙ୍କ ପରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ମୁନିନ୍ଦ୍ର ହନେଗା ଭାରପ୍ରାପ୍ତ ଜିଲ୍ଲାପାଳ ଭାବେ ଦାୟିତ୍ଵ ତୁଲାଇଥିଲେ । ବର୍ତ୍ତମାନ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କୁ ନୟାଗଡ଼ ଦାୟିତ୍ବ ଦିଆଯାଇଛି ।






More Stories
୬ରୁ ସକାଳୁଆ କୋର୍ଟ……
ଶ୍ରୀରାମ ନବମୀରେ ଆଇନ ଶୃଙ୍ଖଳା ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ…..
ବିଦ୍ୟୁତଗ୍ରାହକଙ୍କ ପାଇଁ ଖୁସିଖବର:ବଢ଼ିବନି ବିଲ୍…..