ରିପୋର୍ଟ କାର୍ଡ / ଭୁବନେଶ୍ୱର
ଶ୍ରୀ ଗୁଣ୍ଡିଚା ମନ୍ଦିର ନିକଟେର ଶନିବାର ରାତିରେ ଦଳାଚକଟାରେ ତିନି ଜଣଙ୍କ ମୃତ୍ୟୁ ଏବଂ ଅନେକ ଭକ୍ତ ଆହତ ହୋଇଥିବା ଖବର ଶୁଣି ଗଜପତି ମହାରାଜା ମହାରାଜ ମର୍ମାହତ ଏବଂ ଗଭୀର ଦୁଃଖିତ। ଶ୍ରୀ ଗଜପତି ମହାରାଜା ସ୍ବଗର୍ତ ଆତ୍ମାଙ୍କ ସଦଗତି ନିମନ୍ତେ ମହାପ୍ରଭୁଙ୍କ ଶ୍ରୀଚରଣରେ ନିବେଦନ କରିଛନ୍ତି। ଏଥିସହ ଶୋକସନ୍ତପ୍ତ ପରିବାରର ସଦସ୍ୟମାନଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି। ଗଜପତି ମହାରାଜା ଏହି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣାର ତୁରନ୍ତ ବ୍ୟାପକ ତଦନ୍ତ କରିବା ଏବଂ ଏପରି ଘଟଣାର ପୁନରାବୃତ୍ତି ଯେପରି ନ ହୁଏ ସେଥିପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି।
More Stories
ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ…..
୩ ଦିନରେ ଭାଜପାର ନୂଆ ସଭାପତି….
ପୁରୀ ରଥଯାତ୍ରାରେ ଅଘଟଣ: ୩ ଶ୍ରଦ୍ଧାଳୁ ମୃତ, ୪୦ରୁ ଅଧିକ ଆହତ…….