ରିପୋର୍ଟ କାର୍ଡ / ଭୁବନେଶ୍ୱର
ମାନୁନି ଇସ୍କନ। ପୁଣି ଥରେ ଗଜପତି ମହାରାଜା ଚିଠି ଲେଖିଛନ୍ତି। ଭାରତ ବାହାରେ ରଥଯାତ୍ରା ନେଇ ସହମତ ହୋଇପାରୁ ନ ଥିବା ନେଇ ଇସ୍କନ ଜଣାଇଛି। ଧାର୍ଯ୍ୟ ୯ ଦିନ ମଧ୍ୟରେ ରଥଯାତ୍ରା ନେଇ ସହମତି ହୋଇପାରୁନି ବୋଲି ଲେଖିଛି। ଜ୍ୟେଷ୍ଠ ପୂର୍ଣ୍ଣିମାରେ ଦେଶରେ ଓ ଦେଶ ବାହାରେ ସ୍ନାନଯାତ୍ରା ପାଇଁ ସମ୍ମତ ବୋଲି ଜଣାଇବା ପରେ ଗଜପତି ମହାରାଜା ଆପତ୍ତି ଉଠାଇବା ସହ ପୁଣି ଇସ୍କନ GBC ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି। ଇସ୍କନ GBC ସିଦ୍ଧାନ୍ତର ପୁର୍ନବିଚାର କରୁ। ସମସ୍ତ ଦେଶରେ ଇସ୍କନ ଆଷାଢ଼ ଶୁକ୍ଳ ଦ୍ବିତୀୟାରୁ ୯ ଦିନ ମଧ୍ୟରେ ରଥଯାତ୍ରା କରୁ ବୋଲି ସେ କହିଛନ୍ତି।






More Stories
ଘୂର୍ଣ୍ଣିଝଡ଼ ସମ୍ଭାବନା କମ୍….
ଏସିଆନ୍ ଗେମ୍ସ: ଭାରତକୁ ୬ ସ୍ୱର୍ଣ୍ଣ, ୫ମ ସ୍ଥାନରେ ଭାରତ…..
ବିଧାନସଭା ପରିସରରେ ଗାନ୍ଧୀ ଜୟନ୍ତୀ ପାଳିତ…..