ରିପୋର୍ଟ କାର୍ଡ / ନୂଆପଡା
ନୂଆପଡ଼ା ଭାଜପା ଜିଲ୍ଲା କାର୍ଯ୍ୟାଳୟରେ ମଙ୍ଗଳବାର ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ଦଳର ଜିଲ୍ଲା ସଭାପତି କମଲେଶ ଦୀକ୍ଷିତ ସୂଚନା ଦେଇ କହିଥିଲେ, ଜାତୀୟ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝିଙ୍କ ନାମରେ ଅନେକ ଆପରାଧିକ ମାମଲା ରହିଛି। ସେ ତାଙ୍କର କିଛି ମାମଲାକୁ ଲୁଚାଇ ରିଟର୍ନିଂ ଅଧିକାରୀଙ୍କଠାରେ ଆଫିଡେଭିଟ ଦେଇଛନ୍ତି। ୨୦୨୪ ସାଧାରଣ ନିର୍ବାଚନ ସମୟରେ ୧୯ ଆପରାଧିକ ମାମଲା ଆଫିଡେବିଟରେ ଉଲ୍ଲେଖ କରି ରିଟର୍ନିଂ ଅଧିକାରୀଙ୍କଠାରେ ଦାଖଲ କରିଥିଲେ। ୨୦୨୫ ଉପନିର୍ବାଚନରେ ୭ ମାମଲା ଲୁଚାଇ ୧୨ ମାମଲା ରହିଛି ବୋଲି ଆଫିଡେଭିଟରେ ଉଲ୍ଲେଖ ରହିଛି। ଦୁଇଟି ମାମଲା କେସ୍ ନଂ.୧୦୧/୨୦୧୮ ଓ ୧୪୬/୨୦୨୨ ବର୍ତ୍ତମାନ କୋର୍ଟରେ ବିଚାରାଧୀନ ରହିଛି। ଏହି ଦୁଇ ମାମଲାକୁ ପ୍ରାର୍ଥୀ ଆଫିଡେଭିଟରେ ଉଲ୍ଲେଖ କରିନାହାନ୍ତି। ଏପରି ମିଥ୍ୟା ତଥ୍ୟ ଦେଇ ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କ ପ୍ରାର୍ଥତ୍ପତ୍ର ରଦ୍ଦ କରାଯାଉ ବୋଲି ଭାଜପା ଜିଲା ସଭାପତି ଦୀକ୍ଷିତ ଦାବି କରିଛନ୍ତି। କଂଗ୍ରେସ ପ୍ରାର୍ଥୀ ମାଝିଙ୍କୁ ଏନେଇ ପଚାରିବାରୁ ସେ କହିଛନ୍ତି, ୨୦୨୪ରେ ୧୯ ମାମଲା ରହିଥିଲା ସତ। କିଛିମାସ ଭିତରେ ୭ ମାମଲାର ସମାଧାନ ହୋଇସାରିଛି। ତାଙ୍କ ନାମରେ ରହିଥିବା ମାମଲା ସମ୍ପର୍କରେ ସତ୍ୟପାଠାରେ ଉଲ୍ଲେଖ କରି ରିଟର୍ନିଂ ଅଧିକାରୀଙ୍କଠାରେ ଦାଖଲ କରିଛନ୍ତି।






More Stories
ଅଟୋ ଚାଳକଙ୍କ ହଙ୍ଗାମା;୪୦୦ ଗାଡ଼ି ଜବତ……
କଟିଲେ ୨୪.୩୩ ଲକ୍ଷ ଭୋଟର…..
ରାଜ୍ୟର ଅଧିକାର ଛଡ଼ାଇ ନେବ ଏମ୍ଏମ୍ଡିଆର୍ ବିଲ୍……