Report Card Odisha

| Daily Odia News

ଗଣେଶ ପୂଜା ପାଇଁ ଗାଇଡ୍‌ଲାଇନ୍‌ ଜାରି କଲା BMC…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଭୁବନେଶ୍ୱର ମ୍ୟୁନିସିପାଲ୍‌ କର୍ପୋରେସନ(ବିଏମସି) ଗଣେଶ ପୂଜା ପାଇଁ ନୂଆ ଗାଇଡ୍‌ଲାଇନ୍‌ ଜାରି କରିଛି । ମଣ୍ଡପରେ କୋଭିଡ କଟକଣାରେ ପୂଜା ପାଇଁ ଅନୁମତି ମିଳିଛି। ତେବେ ଏଥିପାଇଁ କମିଶନରେଟ ପୋଲିସର ଅନୁମତି ନେବାକୁ ପଡ଼ିବ ବୋଲି ଗାଇଡ୍‌ଲାଇନ୍‌ରେ ସ୍ପଷ୍ଟକରଯାଇଛି । ସେହିପରି ଘର ଭିତରେ ପୂଜା କରିବା ଭଳି କେବଳ ବିଧି ଅନୁପାଳନ ହେବ। ମଣ୍ଡପ/ପେଣ୍ଡାଲର ୩ ପଟ ସମ୍ପୂର୍ଣ୍ଣ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। କେବଳ ପୂଜକଙ୍କୁ ପ୍ରବେଶ ଅନୁମତି ମିଳିଛି। ଶ୍ରଦ୍ଧାଳୁଙ୍କୁ ମଣ୍ଡପ ଆସିବା ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଏହାସହ ମୂର୍ତ୍ତି ୪ ଫୁଟ ଉଚ୍ଚତାରୁ ଅଧିକ କରାଯାଇ ପାରିବ ନାହିଁ ବୋଲି ଗାଇଡ୍‌ଲାଇନ୍‌ରେ କୁହାଯାଇଛି। ପୂଜା ବେଳେ ପୂଜକଙ୍କୁ ମିଶାଇ ଏକସଙ୍ଗେ ୭ରୁ ଅଧିକ ଲୋକଙ୍କୁ ଏକାଠି ହେବା ମନା| ଯେଉଁମାନେ ୨ଟି ଡୋଜ୍ ଟିକା ନେଇଥିବେ ସେମାନଙ୍କୁ କେବଳ ଅନୁମତି ମିଳିବ| ଶିକ୍ଷାନୁଷ୍ଠାନରେ ସର୍ବାଧିକ ୨୦ ପିଲାଙ୍କୁ ନେଇ ପୂଜା ହୋଇପାରିବ| କୌଣସି ପ୍ରକାର ପ୍ରସାଦ ସେବନ ଓ ଭୋଜିକୁ ସମ୍ପୂର୍ଣ୍ଣ ବାରଣ | ବିସର୍ଜନ ଶୋଭାଯାତ୍ରା ଅନୁମତି ନାହିଁ। କୃତ୍ରିମ ପୁଷ୍କରିଣୀରେ ମୂର୍ତ୍ତି ବିସର୍ଜନ କରିବାକୁ ନିର୍ଦ୍ଦେଶ ରହିଛି | ସୂଚନା ଅନୁସାରେ- ପୂର୍ବରୁ କଟକ ମ୍ୟୁନିସିପାଲ୍‌ କର୍ପୋରେସନ(CMC) ପକ୍ଷରୁ ଗଣେଶ ପୂଜା ପାଇଁ ଗାଇଡ୍‌ଲାଇନ୍‌ ଜାରି ହୋଇଥିଲା। ଭୁବନେଶ୍ୱର ଭଳି କଟକରେ ଗଣେଶ ପୂଜା ପାଇଁ ସମାନ କଟକଣା ରହିଛି |

Breaking News