Report Card Odisha

| Daily Odia News

ଆଜି ପବିତ୍ର ଗଣେଶ ଚତୁର୍ଥୀ….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜି ଭାଦ୍ରବ ଶୁକ୍ଳପକ୍ଷ ଚତୁର୍ଥୀ। ଆଜି ପବିତ୍ର ଗଣେଶ ପୂଜା। ଗଜାନନଙ୍କ ପୂଜା ପାଇଁ ଗାଁଠୁ ସହ ସବୁଠି ଉତ୍ସାହ ଉଦ୍ଦିପନା। ସ୍କୁଲ କଲେଜରେ ପିଲାମାନେ ଗଣେଶ ମହାପ୍ରଭଙ୍କ ପୂଜା କରିଥାନ୍ତି | ଗଣେଶ ହେଉଛନ୍ତି ବିଘ୍ନ ବିନାଶକ ବିଦ୍ୟା ବୁଦ୍ଧି ଦାତା | ସେ ହେଉଛନ୍ତି ଅଗ୍ରପୂଜ୍ୟ | ପ୍ରତେକ ପୂଜାର ଆରମ୍ଭରୁ ଶ୍ରୀଗଣେଶଙ୍କୁ ପୂଜା କରାଯାଇଥାଏ ବା ଆବାହନ କରାଯାଏ | ଆଜି ଶ୍ରୀମନ୍ଦିର ବଟ ଗଣେଶଙ୍କ ମନ୍ଦିରରେ ବିନାୟକ ଚତୁର୍ଥୀ ମହାବ୍ରତ ପାଳନ କରାଯିବ । ଆଜି ଶ୍ରୀମନ୍ଦିରରେ କୃଷ୍ଣ ଜନ୍ମ ଯାତ୍ରା ପଡିଆ ନୀତି ମଧ୍ୟ ପାଳିତ ହୋଇଥାଏ। ସନ୍ଧ୍ୟା ଧୂପ ସରିବା ପରେ ବଟ ଗଣେଶ, ନୃତ୍ୟ ଗଣପତି, ଭଣ୍ଡ ଗଣେଶଙ୍କ ମନ୍ଦିରରେ ଶୀତଳ ଭୋଗ ଓ ବନ୍ଦାପନା ନୀତି ଅନୁଷ୍ଠିତ ହୋଇଥାଏ।

Breaking News