ରିପୋର୍ଟ କାର୍ଡ / ଭୁବନେଶ୍ୱର
ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଗଣେଶ୍ୱର ବେହେରା କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ସେ ଆଜି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ନେଇ ଇସ୍ତଫାପତ୍ର ପିସିସି ସଭାପତିଙ୍କ ନିକଟକୁ ପଠାଇଛନ୍ତି। ଗଣେଶ୍ୱର ବେହେରାଙ୍କର କେନ୍ଦ୍ରାପଡ଼ା ବିଧାନସଭା ଆସନରେ ନିଜର ପ୍ରଭାବ ରହିଛି। ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଗଣେଶ୍ବର ବେହେରା କେନ୍ଦ୍ରାପଡ଼ା ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ଗତ ୩ଟି ନିର୍ବାଚନରେ ପରାସ୍ତ ହେଲେଣି ସତ, କିନ୍ତୁ ତାଙ୍କର ପରାଜୟ ବ୍ୟବଧାନ ୭ରୁ ୧୦ ହଜାର ଭିତରେ ସୀମିତ ରହିଛି। ପ୍ରାୟ ବର୍ଷେ ହେଲା ସେ ବିଜେଡି ସହ ଯୋଗାଯୋଗରେ ଥିବା କୁହାଯାଉଛି। ସେ ବିଜେଡିରେ ବି ଯୋଗ ଦେବେ ବୋଲି ସୂଚନା ରହିଛି।






More Stories
୧ରୁ ସୁଭଦ୍ରା ନୂଆ ଆବେଦନ…..
ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ….
ସରିଲା ଯୁକ୍ତ ୨ ପରୀକ୍ଷା:୪୫ ଦିନ ଭିତରେ ରେଜଲ୍ଟ…..