Report Card Odisha

| Daily Odia News

ଲିଫ୍ଟ ଦେଇ ଗଣଦୁଷ୍କର୍ମ…..

ରିପୋର୍ଟ କାର୍ଡ / ଜଗତସିଂହପୁର

ଲିଫ୍ଟ ଦେଇ ମହିଳାଙ୍କୁ ଗଣଦୁଷ୍କର୍ମ ହୋଇଛି | ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବଣିତ ଅଞ୍ଚଳରେ | ଜଣେ ବିବାହିତା ମହିଳାଙ୍କୁ ଗଣଦୁଷ୍କର୍ମ ନେଇ ତିର୍ତ୍ତୋଲ ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି । ଅଭିଯୋଗ ଅନୁଯାୟୀ, ଚଳିତ ମାସ ୧ ତାରିଖ ଦିନ ସମ୍ପୃକ୍ତ ମହିଳା ମଧ୍ୟାହ୍ନ ସମୟରେ ରାହମା ବଜାରରେ ବସକୁ ଅପେକ୍ଷା କରି ଛିଡା ହୋଇଥିଲେ ମହିଳା । ଏହି ସମୟରେ ତିନି ଜଣ ଯୁବକ ତାଙ୍କୁ ଲିଫ୍ଟ ଦେବାକୁ କହି ଏକ କାର୍ ଭିତରେ ପାରାଦୀପ ଆଡ଼କୁ ନେଇଯାଇଥିଲେ । ତାଙ୍କୁ ନିଶା ଦେଇ ଅଚେତ କରିବା ପରେ ଅଠରବାଙ୍କୀ ନିକଟରେ ଏକ ଟ୍ରକ ଡାଲାର ଗଣଦୁଷ୍କର୍ମ କରିଥିଲେ । ପରେ ଏ ନେଇ କାହାରିକୁ କହିଲେ ଜୀବନରେ ମାରିଦେବା ସହ ଅଶ୍ଲୀଳ ଫଟୋକୁ ଭାଇରାଲ କରିଦେବାକୁ ଧମକ ଦେଇଥିଲେ । ଫଳରେ ଭୟଭୀତ ହୋଇ ପୀଡିତା ଜଣଙ୍କ ନୀରବ ରହିଥିଲେ । କିନ୍ତୁ ଗତ ୨୬ତାରିଖ ଦିନ ସ୍ବାମୀଙ୍କ ସହ ଆସି ତିନି ଅଭିଯୁକ୍ତଙ୍କ ନାଁରେ ତିର୍ତ୍ତୋଲ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବା ପରେ ତିର୍ତ୍ତୋଲ ପୋଲିସ ତଦନ୍ତ ଆରମ୍ଭ କରିଥିବା ଥାନା ଅଧିକାରୀ କହିଛନ୍ତି ।

Breaking News