ରିପୋର୍ଟ କାର୍ଡ / ଗଞ୍ଜାମ
ଘରେ ପଶି ଯୁବକଙ୍କୁ ହାଣି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପାଣ୍ଡିଆ ପନ୍ଦରା ସାହିରେ। ମୃତ ଯୁବକ ଜଣଙ୍କ ହେଲେ ମୁରଳି ବାଡ଼ତ୍ୟା।ଗତରାତିରେ ମୁରଲି ଘରେ ଏକା ଶୋଇଥିଲେ। ତାଙ୍କ ବାପା ବାରଣ୍ଡାରେ ଶୋଇଥିଲେ। ବିଳମ୍ବିତ ରାତିରେ ବାପା ପାଣି ପିଇବାଲାଗି ଘର ଭିତରକୁ ଯାଇଥିଲେ। ଘରେ ମୁରଲି ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ। ପରିବାର ଲୋକେ ମୁରଲିଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି। ମୁରଲିଙ୍କୁ କେହି ଦୁର୍ବୃତ୍ତ ଘରେ ପଶି ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ତେବେ କିଏ ଓ କାହିଁକି ତାଙ୍କୁ ହତ୍ୟା କଲା ତାହାର କାରଣ ଅସ୍ପଷ୍ଟ ରହିଛି। ଦୁଇ ଦିନ ତଳେ ଗ୍ରାମରେ ଦଣ୍ଡନାଚ ସମୟରେ ଗଣ୍ଡଗୋଳ ହୋଇଥିଲା। ଏହି କାରଣକୁ ନେଇ ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।






More Stories
୨୦ରୁ ଠିକାଦାରଙ୍କ ଆନ୍ଦୋଳନ…..
ପାରାଦୀପରେ ହେବ ବ୍ଲୁ ଫ୍ଲାଗ୍ ବିଚ୍…..
୩ ରାଜ୍ୟସଭା ଆସନ ଦଖଲ କରିବ ବିଜେପି….