ରିପୋର୍ଟ କାର୍ଡ / ଗଞ୍ଜାମ
ରାଜନୈତିକ ହିଂସାକାଣ୍ଡ କୁ ଦୃଷ୍ଟିରେ ରଖି ଆଗୁଆ ପଦକ୍ଷେପ ନେଇଛି ଗଞ୍ଜାମ ପୋଲିସ । ସୋମବାରଠାରୁ ଜୁନ ୪ ଯାଏଁ ରାତି ସାଢେ ୮ଟା ପରେ ଖୋଲିବନି ହୋଟେଲ, ଢାବା ଓ ଚା’ ଦୋକାନ। ଗଞ୍ଜାମ ପୋଲିସ ଜିଲ୍ଲାରେ ଜୁନ ୪ ତାରିଖ ପର୍ଯ୍ୟନ୍ତ ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ସତର୍କତାମୂଳକ ଭାବରେ ଜାରି କରାଯାଇଛି ଏକାଧିକ କଟକଣା। ଛତ୍ରପୁର ସ୍ଥିତ ପୋଲିସ ମୁଖ୍ୟାଳୟରେ ଏନେଇ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନା | ଏସ୍ପିଙ୍କ କହିବା ଅନୁସାରେ ଗତ ଏକ ସପ୍ତାହ ମଧ୍ୟରେ ଜିଲ୍ଲାରେ ପ୍ରାୟ ୧୦୦ ଜଣ ଅପରାଧୀଙ୍କୁ ପୋଲିସ ବିଭିନ୍ନ ଥାନା ଅଞ୍ଚଳରେ ଗିରଫ କରିଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ ହତ୍ୟାଠାରୁ ଆରମ୍ଭ କରି ଆର୍ମସ୍ ଆକ୍ଟରେ ସମ୍ପୃକ୍ତ ରହିଥିବା ଅପରାଧୀ, ବହୁ ପୁରାତନ ମାମଲାରେ ରହିଥିବା ୱାରେଣ୍ଟରେ ରହିଥିଲେ। ସୁରକ୍ଷା ଦୃଷ୍ଟିରୁ ଜିଲ୍ଲାର ସମସ୍ତ ଥାନା ଅଞ୍ଚଳରେ ପୋଲିସ ଓ ସିଆରପିଏଫ୍ ପକ୍ଷରୁ ମିଳିତ ଫ୍ଲାଗମାର୍ଚ୍ଚ କରାଯାଉଛି। ଗଞ୍ଜାମ ପୋଲିସ ଜିଲ୍ଲାରେ ଥିବା ଖଲ୍ଲିକୋଟ, ଛତ୍ରପୁର,ରମ୍ଭା, କୋଦଳା, ପୁରୁଷୋତ୍ତମପୁର,ଆସିକା, କବିସୂର୍ଯ୍ୟନଗର, ଚମାଖଣ୍ଡି, ଭଞ୍ଜନଗର ପ୍ରମୁଖ ଥାନା ଅଞ୍ଚଳରେ ଥିବା ହୋଟେଲ୍, ଢାବା ଓ ଚାହା ଦୋକାନ ରାତି ୮ଟା ସୁଦ୍ଧା ବନ୍ଦ ହେବ। ଏନେଇ ଘୋଷଣା କରିଛନ୍ତି ଗଞ୍ଜାମ ଏସ୍ପି ଜଗମୋହନ ମୀନା କହିଛନ୍ତି।






More Stories
ବିଜେପି ବିରୋଧରେ ସାରା ଦେଶରେ ବିକ୍ଷୋଭ……
କଂଗ୍ରେସ ସାଂସଦଙ୍କୁ ହ୍ୱିପ୍ ଜାରି……
କର୍ମଚାରୀଙ୍କ ପାଇଁ ଘରୁ କାମ ବାଧ୍ୟତାମୂଳକ……