ରିପୋର୍ଟ କାର୍ଡ / ଗଞ୍ଜାମ
ବିଷାକ୍ତ ଛତୁ ଖାଇ ତିନୋଟି ପରିବାର ୧୧ ଜଣ ଅସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଗଞ୍ଜାମ ଜିଲ୍ଲା ରାଇକିଆ ବ୍ଲକ ଅନ୍ତର୍ଗତ ପାର୍ତ୍ତିଗୁଡା ଗାଁରେ । ଅସୁସ୍ଥଙ୍କ ମଧ୍ୟରେ ୫ ଜଣ ମହିଳା ଏବଂ ୬ ଜଣ ଶିଶୁ ଥିବା ଜଣାଯାଇଛି। ରବିବାର ସକାଳେ ଜଙ୍ଗଲରୁ ଛତୁ ଆଣି ତରକାରି କରି ସମସ୍ତେ ଖାଇଥିଲେ। ଖାଇବାର କିଛି ସମୟ ପରେ ସମସ୍ତଙ୍କୁ ବାନ୍ତି ହେବା ସହ ମୁଣ୍ଡ ବୁଲାଇଥିଲା। ଗ୍ରାମବାସୀ ସମସ୍ତଙ୍କୁ ଭଂଜନଗର ମେଡିକାଲରେ ଭର୍ତ୍ତି କରିଥିଲେ।୬ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ବେଳେ ୫ ଜଣଙ୍କ ଅବସ୍ଥା ଗୁରୁତର ଥିବା ଚିକିତ୍ସାଧୀନ ଡାକ୍ତର କହିଛନ୍ତି। ଜଙ୍ଗଲରୁ ଆଣିଥିବା ବିଷାକ୍ତ ଛତୁ ଖାଇବା ଦ୍ୱାରା ଏପରି ଘଟିଥିବା ଜଣାପଡ଼ିଛି।






More Stories
୯୫ ଆସନରେ ଲଢ଼ିବ କଂଗ୍ରେସ…..
ପଖାଳ ଦିବସ…..
ନବୀନଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି…..