ରିପୋର୍ଟ କାର୍ଡ / ଗଂଜାମ
ଆମ୍ବପୁଆ ନିକଟରେ ଜଣେ ଯୁବକକୁ ହତ୍ୟା ଉଦ୍ୟମ କରାଯାଇଛି । ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତିଙ୍କ ପରିଚୟ ମିଳିନଥିବା ବେଳେ ପୋଲିସ ଓ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରିଛନ୍ତି। ଗତକାଲି ରାତିରେ ଗୋପାଳପୁର ଥାନା ଅନ୍ତର୍ଗତ ମୁଖ୍ୟ ରାସ୍ତା କଡରେ ଥିବା ଏକ ଦୋକାନର ଫାଟକ ସମ୍ମୁଖରେ ଜଣେ ବ୍ୟକ୍ତି ରକ୍ତାକ୍ତ ଅବସ୍ଥାରେ ପଡିଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ତାଙ୍କ ମୁଣ୍ଡରୁ ପ୍ରଚୁର ରକ୍ତ ବାହାରୁଥିବା ବେଳେ ନିକଟରେ ପଡିଥିବା ଏକ ବଡ ପଥରରେ ମଧ୍ୟ ରକ୍ତ ଛିଟା ଲାଗିଥିବା ଦେଖିବାକୁ ମିଳିଥିଲା। ତେଣୁ ତାଙ୍କୁ ପଥର ଛେଚି ହତ୍ୟା ଉଦ୍ୟମ କରାଯାଇଥିବା ସନ୍ଦେହ କରାଯାଉଛି। ପରେ ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ। ପରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।
More Stories
ସୋନିଆଙ୍କ ବିରୋଧରେ ମାମଲା ଦାଏର…..
ସୋସିଆଲ୍ ମିଡିଆ ଅପପ୍ରଚାର ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ…..
ଅତିଥି ବେଶରେ ଆସି ଲୁଟିନେଲେ…..