Report Card Odisha

| Daily Odia News

ହତ୍ୟା କରି ନାଳରେ ଫିଙ୍ଗିଦେଲେ….

ରିପୋର୍ଟ କାର୍ଡ / ଗଞ୍ଜାମ

ଯୁବକଙ୍କ ହତ୍ୟା କରି ନାଳରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବଡଗଡ଼ ଥାନା ଅନ୍ତର୍ଗତ ଜଗନ୍ନାଥ ପୁର ଶାସନରରେ । ମୃତ ଯୁବକ ଜଣଙ୍କ ନିଲୁ ବିଷୋୟୀ ବର୍ଷ। ଗତକାଲି ନିଲୁ ବାହାରକୁ ଯାଇ କୌଣସି କାମରେ ଯାଇଥିଲେ। ରାତିରେ ଘରକୁ ଆଉ ଫେରିନଥିଲେ।ପରିବାର ଲୋକେ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନଥିଲେ। ଆଜି ସକାଳେ ନିଲୁଙ୍କ ମୃତଦେହ ଚୂନ ନାଳ ନିକଟରୁ ମିଳିଥିଲା। ନିଲୁଙ୍କ ବେକର କ୍ଷତ ଚିହ୍ନ ରହିଛି।ନିଲୁଙ୍କୁ କିଏ ହତ୍ୟା କରି ଫିଙ୍ଗି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

Breaking News