Report Card Odisha

| Daily Odia News

ଗ୍ୟାସ୍ ସିଲିଣ୍ଡର ଫାଟି ୨ ଗୁରୁତର……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଭୁବନେଶ୍ୱର ସ୍ଥିତ ଆଇଗିଣିଆ କୁଲେଶ୍ୱରୀ ବସ୍ତିରେ ଗ୍ୟାସ୍ ସିଲିଣ୍ଡର ଫାଟି ୨ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆଜି ସକାଳେ ରୋଷେଇ କଲାବେଳେ ସିଲିଣ୍ଡରରେ ନିଆଁ ଲାଗିଯାଇଥିଲା। ପରେ ପରିବାର ଲୋକ ସିଲିଣ୍ଡରଟିକୁ ରୋଷେଇ ଘରୁ ବାହାରକୁ ଆଣୁଥିଲେ। ଏହି ସମୟରେ ସିଲିଣ୍ଡରଟି ବିସ୍ଫୋରଣ ହୋଇଥିଲା। ଏଥିରେ ପରିବାରର ୨ଜଣ ଆହତ ହୋଇଥିଲେ। ଜଣଙ୍କ ଗୋଡ଼ଟି ପୋଡ଼ି ଯାଇଥିବା ବେଳେ ଅନ୍ୟ ଜଣେ ମଧ୍ୟ ଗୁରୁତର ଆହତ ହୋଇଥିଲେ। ପରିବାର ଲୋକ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେମାନଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି। ଗ୍ୟାସ ଲିକ୍‌ ହେବା ଯୋଗୁ ସିଲିଣ୍ଡରରେ ନିଆଁ ଲାଗିଯାଇଥିବା ସନ୍ଦେହ କରାଯାଉଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

Breaking News