Report Card Odisha

| Daily Odia News

ଆଉ ଖୋଲାରେ ମିଳିବନି ଗ୍ୟାସ୍‌……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଉ ବଜାରରେ ବିକ୍ରି ହେବନି ରନ୍ଧନ ଗ୍ୟାସ୍। ଏହା ବେଆଇନ୍ । ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ଏଲପିଜି ସଙ୍କଟ ଦେଖା ଦେଇଥିବା ବେଳେ ରାଜ୍ୟରେ ଗ୍ୟାସ୍ କଳାବଜାରୀ ରୋକିବା ପାଇଁ ଦୃଢ ପଦକ୍ଷେପ ନେଇଛନ୍ତି ସରକାର। ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆଜି ଏହି ବଡ଼ ସୂଚନା ଦେଇଛନ୍ତି । କେବଳ ସ୍ଵୀକୃତି ପ୍ରାପ୍ତ ଦୋକାନୀ ବା ଏଜେନ୍ସି ହିଁ ଗ୍ୟାସ୍ ବିକ୍ରି କରିପାରିବେ ବୋଲି ମନ୍ତ୍ରୀ କହିଛନ୍ତି । ସେହିପରି ୫ ଲିଟର ଗ୍ୟାସ ସମ୍ପୂର୍ଣ୍ଣ ବନ୍ଦ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ । ଖୋଲାଖୋଲି ବଜାରରେ ଗ୍ୟାସ୍ ବିକ୍ରି ହେଉଥିବାରୁ ଗ୍ୟାସ୍ କଳାବଜାରୀ ବ୍ୟାପକ ହେଉଛି। ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ସଙ୍କଟ ଥିବାବେଳେ ଆମ ରାଜ୍ୟରେ ଗ୍ୟାସ୍ ସିଲିଣ୍ଡରକୁ ନେଇ ସଙ୍କଟ ଦେଖାଦେଉଛି । ନିୟମ ଅନୁସାରେ, ସହରାଞ୍ଚଳରେ ୨୫ ଦିନ ଓ ଗ୍ରାମାଞ୍ଚଳରେ ୪୫ ଦିନରେ ଗ୍ୟାସ୍ ମିଳୁଛି। କିନ୍ତୁ ପୂର୍ବ ପରି ଖୋଲାରେ ଆଉ ଗ୍ୟାସ ବିକ୍ରି ହେବନାହିଁ। କଳାବଜାରୀକୁ ରୋକିବା ପାଇଁ ଇ-କେଓ୍ବାଇସି କରିଛୁ। ଯେଉଁମାନେ ବୁକିଂ କରିବେ ଓ ଯଦି ସେମାନଙ୍କ ନାଁରେ ଇ-କେୱାଇସି ଥିବ, ତାହାଲେ ସେହିମାନେ ହିଁ ଏଜେନ୍ସିରୁ ଗ୍ୟାସ୍ ପାଇବେ। ଖୋଲାରେ ଗ୍ୟାସ୍ ମିଳିବ ନାହିଁ। ନିର୍ଦ୍ଦିଷ୍ଟ ଅବଧିରେ ଗ୍ୟାସ ମିଳିବ। ୫ କେଜି ଗ୍ୟାସ ବିକ୍ରି ସମ୍ପୂର୍ଣ୍ଣ ବନ୍ଦ ହେବ। ସେ ଗୁଡ଼ିକ ବେଆଇନ।

Breaking News