Report Card Odisha

| Daily Odia News

ହଷ୍ଟେଲରେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ…..

ରିପୋର୍ଟ କାର୍ଡ / କଟକ

କଟକ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରୀ ନିଜ ହଷ୍ଟେଲ ରୁମରେ ଆତ୍ମହତ୍ୟା କରିଛନ୍ତି । ମୃତ ଛାତ୍ରୀ ଜଣକ ଉତ୍ତରାଖଣ୍ଡର ବୋଲି ଜଣାପଡିଛି । ସେ ଏଲଏଲବି ଦ୍ୱିତୀୟ ବର୍ଷରେ ଅଧ୍ୟୟନ କରୁଥିଲେ । ସୋମବାର ରାତି ପ୍ରାୟ ୧୦ଟା ବେଳେ ହଷ୍ଟେଲର ଜଣେ କର୍ମଚାରୀ ଜଣକ ଛାତ୍ରୀଙ୍କ ପାଇଁ ଖାଇବା ନେଇ ଯାଇଥିବା ବେଳେ କବାଟ ଭିତର ପଟୁ ବନ୍ଦ ଥିଲା। ଏହାସହ ସମ୍ପୃକ୍ତ ଛାତ୍ରୀ କୌଣସି ଜବାବ ଦେଇନଥିଲେ। ଏହି ଖବର ପ୍ରଚାରିତ ହେବା ପରେ ହଷ୍ଟେଲ କର୍ତ୍ତୃପକ୍ଷ ସେଠାରେ ପହଂଚି ଥିଲେ । ଘର କବାଟ ଭଙ୍ଗା ଯିବାରୁ ଛାତ୍ରୀ ବେକରେ ବେଡ଼ସିଟ ଗୁଡାଇ ଫ୍ୟାନରେ ଝୁଲିପଡିଥିବା ଦେଖିବାକୁ ମିଳିଥିଲା । ହଷ୍ଟେଲ ଅନ୍ତେବାସୀ ତୁରନ୍ତ ତାଙ୍କୁ ଉଦ୍ଧାର କରି ମେଡିକାଲ ନେଇଯାଇଥିଲେ, ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଫେଜ-୨ ଥାନା ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ମୃତଦେହକୁ ପୁଲିସ ଜବତ କରିବା ସହିତ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ତେବେ ଆତ୍ମହତ୍ୟାର ସଠିକ କାରଣ ଜଣାପଡି ନ ଥିଲେ ମଧ୍ୟ କୌଣସି ଏକ ଘଟଣା ନେଇ କିଛିଦିନ ହେବ ମାନସିକ ଦୁଶ୍ଚିନ୍ତାରେ ରହୁଥିଲେ ବୋଲି ଅନ୍ତେବାସୀ ମନେ କହୁଛନ୍ତି ।

Breaking News