Report Card Odisha

| Daily Odia News

କଲେଜ ଅଧ୍ୟାପକ କଲେ ଦୁଷ୍କର୍ମ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

କଲେଜ ଛାତ୍ରୀଙ୍କୁ କଲେ ପ୍ରେମ ନିବେଦନ। ସେଥିରେ ବିଫଳ ହେବାରୁ ଭୟ ଦେଖାଇ ଛାତ୍ରୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ଫିଜିକ୍ସ ସାର୍‌ । ଏହାସହ ମାନସିକ ଓ ଶାରୀରିକ ନିର୍ଯାତନା ମଧ୍ୟ ଦେଉଥିଲେ। ଏଭଳି ଲଜ୍ୟାକର ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱର ନହରକଣ୍ଟା ସ୍ଥିତ ଶ୍ରୀଜୟଦେବ କଲେଜ ଅଫ୍ ଏଜୁକେସନ ଓ ଟେକ୍ନୋଲୋଜି କଲେଜରେ | ଫିଜିକ୍ସ ଅଧ୍ୟାପକ ପ୍ରମୋଦ ରଂଜନ ଦାଶଙ୍କ ନାଁରେ ଏହି ଅଭିଯୋଗ ଆଣିଛନ୍ତି ଛାତ୍ରୀ। ଛାତ୍ରୀଙ୍କ ଅଭିଯୋଗ ଅନୁସାରେ ଅଧ୍ୟାପକ ଜଣଙ୍କ ତାଙ୍କୁ ଯୌନ ନିର୍ଯାତନା ଦେଇ ଆସୁଥିଲେ। ପ୍ରଥମେ ଛାତ୍ରୀଙ୍କୁ ଅଧ୍ୟାପକ ଜଣକ ପ୍ରେମ ନିବେଦନ କରିଥିଲେ। ଛାତ୍ରୀ ଜଣକ ମନା କରିବାରୁ ପ୍ରମୋଦ ଭୟ ଦେଖାଇ ଶାରୀରିକ ସମ୍ପର୍କ ରଖିଥିଲେ। ସାରଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ଛାତ୍ରୀ ଜଣଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ପରିବାର ଲୋକେ ଏନେଇ କଲେଜ କର୍ତ୍ତୃପକ୍ଷଙ୍କ ଦ୍ୱାରସ୍ଥ ହୋଇଥିଲେ। କଲେଜ କର୍ତ୍ତୃପକ୍ଷ ଅଭିଯୋଗ ଶୁଣିବା ପରେ ପୁଲିସର ସାହାଯ୍ୟ ନ ନେବା ପରିବର୍ତ୍ତେ ଆଭ୍ୟନ୍ତରୀଣ କମିଟି ଗଠନ କରିଥିଲେ। କମିଟିର ମେମ୍ବରମାନେ ପୀଡ଼ିତା ଛାତ୍ରୀ ଓ ଅଧ୍ୟାପକଙ୍କୁ ପଚରାଉଚରା କରିଥିଲେ। ଦୁଇ ଜଣଙ୍କ କଥା ଣୁଣିଲା ପରେ ଘଟଣାର ସତ୍ୟତା ନେଇ ସେଭଳି ଠୋସ ପ୍ରମାଣ ମିଳି ନଥିଲା। ଉଚ୍ଚ ଶିକ୍ଷା ବିଭାଗ ଏନେଇ ରିପୋର୍ଟ ପାଇବା ପରେ ଅଧ୍ୟାପକଙ୍କୁ କୁଚିଣ୍ଡା ବଦଳି କରି ଦିଆଯାଇଥିଲା। ୨୫ ଜୁଲାଇରେ ଛାତ୍ରୀ ଜଣଙ୍କ ଉଚ୍ଚଶିକ୍ଷା ବିଭାଗରେ ହାଜର ହୋଇ ଅଧ୍ୟାପକଙ୍କ ନାଁରେ ଅଭିଯୋଗ କରିଥିଲେ। ଉଚ୍ଚ ଶିକ୍ଷା ବିଭାଗ ଏହି ଅଭିଯୋଗ ପାଇବା ପରେ ଅଧିକ ତଦନ୍ତ ପାଇଁ ଜିଲ୍ଲା ସ୍ତରୀୟ କମିଟିକୁ ତଦନ୍ତ କରିବାକୁ କଲେଜ କର୍ତ୍ତୃପକ୍ଷଙ୍କୁ ଚିଠି କରି ନିର୍ଦ୍ଦେଶ ଦେଇଛନ୍ତି। ଯେତେ ଶୀଘ୍ର ସମ୍ଭବ ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଚିଠି ଜରିଆରେ ଉଚ୍ଚ ଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳୁଛି |

Breaking News