ରିପୋର୍ଟ କାର୍ଡ / ରାଉରକେଲାର
ରାଉରକେଲାରେ ଜଣେ ନାବାଳିକାଙ୍କୁ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ୫ଜଣ ସଂପୃକ୍ତ ଥିବାନେଇ ଘୁନାଥପାଲି ଥାନାରେ ଅଭିଯୋଗ କରାଯାଇଛି । ନାବାଳିକାଙ୍କ ପରିବାର ଲୋକେ ଏନେଇ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ, ଗତକାଲି ରାତିରେ ରଘୁନାଥପାଲି ଥାନା ନିକଟରେ ଥିବା ଏକ ରେଷ୍ଟୁରାଣ୍ଟକୁ ନାବାଳିକା ନିଜର ୨ ପୁରୁଷ ବନ୍ଧୁଙ୍କ ସହ ଯାଇଥିଲେ। ପରେ ୨ ପୁରୁଷ ବନ୍ଧୁ ନାବାଳିକାଙ୍କୁ ପ୍ଲାଣ୍ଟ ସାଇଟ ଥାନା ଅଞ୍ଚଳକୁ ଆଣି ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ୨ ପୁରୁଷ ବନ୍ଧୁଙ୍କ ସମେତ ୫ ଜଣ ଯୁବକ ସଂପୃକ୍ତ ଥିବା ଥାନାରେ ଅଭିଯୋଗ ହୋଇଛି। ପୋଲିସ ଅଭିଯୁକ୍ତ ଯୁବକଙ୍କୁ ଧରିବାକୁ ଖୋଳତାଡ ଆରମ୍ଭ କରିଛି ଓ ଘଟଣାର ତଦନ୍ତ କରୁଛି। ସୂଚନାଯୋଗ୍ୟ, ଗତ ୨୧ ତାରିଖରେ ରାଉରକେଲାର ବିର୍ସା ମୁଣ୍ଡା ଅଞ୍ଚଳରେ ୨ ଜଣ ନାବାଳିକାଙ୍କୁ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା।






More Stories
ପାନ ମସଲାକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ବୟାନ…..
ରାଷ୍ଟ୍ରପତିଙ୍କ ଗସ୍ତ:୩୦ ପ୍ଲାଟୁନ ଫୋର୍ସ ମୁତୟନ…..
କ୍ୟାବିନେଟ ବୈଠକରେ ୧୨ ପ୍ରସ୍ତାବକୁ ମଞ୍ଜୁରୀ…..