Report Card Odisha

| Daily Odia News

ସର୍ଜିକାଲ ଷ୍ଟ୍ରାଇକର ପ୍ରମାଣ ଦିଅ: ଚନ୍ନିଙ୍କ ମନ୍ତବ୍ୟକୁ ନେଇ ତେଜିଲା ରାଜନୀତି…….

ରିପୋର୍ଟକାର୍ଡ / ଶ୍ରୀନଗର

ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ସମସ୍ତଙ୍କ ନଜର ସରକାରଙ୍କ କାର୍ଯ୍ୟାନୁଷ୍ଠାନ ଉପରେ ରହିଛି। ଏହି ପରିପ୍ରେକ୍ଷୀରେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ସାଂସଦ ଚରଣଜିତ ସିଂ ଚନ୍ନି କେନ୍ଦ୍ର ସରକାରଙ୍କଠାରୁ ୨୦୧୬ରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକର ପ୍ରମାଣ ମାଗିଛନ୍ତି। କଂଗ୍ରେସ କାର୍ଯ୍ୟକାରୀ କମିଟି (CWC) ବୈଠକରେ ଯୋଗ ଦେବା ପରେ ସେ କହିଛନ୍ତି, ଆମ ଦେଶରେ କୌଣସି ବୋମା ପଡ଼ିଲେ ଜଣାପଡ଼େ ନାହିଁ କି? ସେମାନେ କହୁଛନ୍ତି ଆମେ ପାକିସ୍ତାନରେ ସର୍ଜିକାଲ ଷ୍ଟ୍ରାଇକ କରିଛୁ, କିଛି ହୋଇ ନାହିଁ। କେଉଁଠି ସର୍ଜିକାଲ ଷ୍ଟ୍ରାଇକ ଦେଖାଗଲା ନାହିଁ, କାହାକୁ ଜଣା ନାହିଁ। କଂଗ୍ରେସ ସାଂସଦ ଆହୁରି ମଧ୍ୟ କହିଛନ୍ତି, ମୁଁ ତ ସର୍ଜିକାଲ ଷ୍ଟ୍ରାଇକର ପ୍ରମାଣ ସବୁବେଳେ ମାଗୁଛି। ପହଲଗାମ ଆକ୍ରମଣ ପରେ ସରକାରଙ୍କ କ୍ଷମତା ଉପରେ ପ୍ରଶ୍ନ ଉଠୁଛି। ଆଜି ଦେଶର ଲୋକଙ୍କ କ୍ଷତ ଉପରେ ମଲମ ଲଗାଇବାର ଆବଶ୍ୟକତା ରହିଛି। ସମଗ୍ର ଦେଶ ଅପେକ୍ଷା କରୁଛି ଯେ ପାକିସ୍ତାନକୁ କେବେ ଜବାବ ଦିଆଯିବ। ଆଜି ୧୦ ଦିନ ହେଲାଣି, ସରକାର କ’ଣ କରୁଛନ୍ତି?” ଚନ୍ନିଙ୍କ ବୟାନ ପରେ ଦେଶରେ ପୁଣି ଥରେ ରାଜନୀତି ଜୋରଦାର ହୋଇଛି। ଭାଜପା ମୁଖପାତ୍ର ପ୍ରଦୀପ ଭଣ୍ଡାରୀ ଚନ୍ନିଙ୍କ ବୟାନ ପରେ କଂଗ୍ରେସ ଉପରେ ବର୍ଷିଛନ୍ତି । ସେ ଏକ୍ସରେ ପୋଷ୍ଟ କରି କହିଛନ୍ତି, ରାହୁଲ ଗାନ୍ଧୀଙ୍କ କଂଗ୍ରେସ ପାକିସ୍ତାନୀ ଆତଙ୍କବାଦର ସମର୍ଥନ ଜାରି ରଖିଛି। ଏବେ ଚରଣଜିତ ସିଂ ଚନ୍ନି ଆମ ସେନା ଉପରେ ପ୍ରଶ୍ନ ଉଠାଉଛନ୍ତି। ଏହି ଗୁରୁତ୍ଵପୂର୍ଣ୍ଣ ସମୟରେ କଂଗ୍ରେସ ଆମ ସେନାର ମନୋବଳ କାହିଁକି ଭାଙ୍ଗୁଛି? କଂଗ୍ରେସ ସିଧାସଳଖ ପାକିସ୍ତାନରୁ ନିର୍ଦ୍ଦେଶ ନେଉଛି।

Breaking News