ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଗତ ରବିବାର ଦିନ ଗୋଆ ସମୁଦ୍ର କୂଳରେ ୨ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି | ଏହି ଘଟଣାକୁ ନେଇ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ବିବାଦୀୟ ବୟାନ ଦେଇଛନ୍ତି । କହିଛନ୍ତି କି ଗଣଦୁଷ୍କର୍ମ ପାଇଁ ସେ ଦୁଇଜଣକ ମାତାପିତାଙ୍କୁ ଦାୟୀ କରିଛନ୍ତି। ବିଳମ୍ବିତ ରାତିରେ ଦୁହେଁ କ’ଣ ପାଇଁ ସମୁଦ୍ର କୂଳରେ ଥିଲେ ବୋଲି ପ୍ରଶ୍ନ କରିଥିଲେ | ବୁଧବାର ଦିନ ବିଧାନସଭାରେ ଏହି ଘଟଣାକୁ ନେଇ ବିତର୍କ ବେଳେ ପ୍ରମୋଦ ସାୱନ୍ତ କହିଛନ୍ତି ଯେ, “ଯେତେବେଳେ ୧୪ ବର୍ଷର ପିଲାମାନେ ରାତିସାରା ସମୁଦ୍ର କୂଳରେ ରୁହନ୍ତି, ସେତେବେଳେ ପିତାମାତାଙ୍କୁ ଏନେଇ ଧ୍ୟାନ ଦେବା ଆବଶ୍ୟକ। ପିଲାମାନେ ପିତାମାତାଙ୍କ କଥା ନଶୁଣିଲେ, ସରକାର ଏବଂ ପୋଲିସ ଏହାର ଦାୟିତ୍ୱ ନେଇ ପାରିବେ ନାହିଁ। ନିଜ ପିଲାମାନଙ୍କର ସୁରକ୍ଷା ନିଶ୍ଚିତ କରିବା ପିତାମାତାଙ୍କର ଦାୟିତ୍ୱ | ଏଭଳି ମନ୍ତବ୍ୟ ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରି ଗୋଆ ଫରୱାର୍ଡ ପାର୍ଟି ବିଧାୟକ ବିଜୟ ସର୍ଦ୍ଦାର କହିଛନ୍ତି, “ନାଗରିକଙ୍କ ସୁରକ୍ଷା ହେଉଛି ପୋଲିସ ଏବଂ ରାଜ୍ୟ ସରକାରଙ୍କ ଦାୟିତ୍ୱ । ଯଦି ସେମାନେ ଆମକୁ ଏହା ଯୋଗାଇ ପାରିବେ ନାହିଁ, ତେବେ ମୁଖ୍ୟମନ୍ତ୍ରୀ ପଦରେ ବସିବାର ତାଙ୍କର ଅଧିକାର ନାହିଁ। “






More Stories
CJPଙ୍କ ପ୍ରତିବାଦ ଉପରେ ତୁରନ୍ତ ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ…..
CJP ଆଗରେ ନଇଁଲେ ସରକାର!….
ଦିଲ୍ଲୀରେ ୧୬ ମେଟ୍ରୋ ଷ୍ଟେସନ ବନ୍ଦ……