Report Card Odisha

| Daily Odia News

ଆଜି ହେବ ଗୋବିନ୍ଦ ସାହୁଙ୍କ ଶବ ବ୍ୟବଚ୍ଛେଦ…..

ରିପୋର୍ଟ କାର୍ଡ / କଳାହାଣ୍ଡି  

ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ମୃତ ଗୋବିନ୍ଦ ସାହୁଙ୍କ ଆଜି ହେବ ଶବ ବ୍ୟବଚ୍ଛେଦ। ବଲାଙ୍ଗିର ଭୀମଭୋଇ ମେଡିକାଲରେ ଗୋବିନ୍ଦଙ୍କର ଶବବ୍ୟବଚ୍ଛେଦ ହେବ। ବୁର୍ଲା ମେଡିକାଲ କଲେଜ ଏଫ୍‌ଏମ୍‌ଟି ବିଭାଗର ୨ଜଣ ବିଶେଷଜ୍ଞ ଶବ ବ୍ୟବଚ୍ଛେଦ କରିବେ। ଗୋବିନ୍ଦଙ୍କର କିଭଳି ସ୍ଥିତିରେ ମୃତ୍ୟୁ ହୋଇଛି, ପୋଷ୍ଟମର୍ଟମ ରିପୋର୍ଟ ମିଳିବା ପରେ ହିଁ ସ୍ପଷ୍ଟ ହେବ। ଶବ ବ୍ୟବଚ୍ଛେଦର ଭିଡିଓ ରେକର୍ଡିଂ ମଧ୍ୟ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

Breaking News