Report Card Odisha

| Daily Odia News

ପୁଣି ବଢିଲା ସୁନା ଦର…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଗତ କିଛି ଦିନ ମଧ୍ୟରେ ସୁନା ଦର ଆକାଶ ଛୁଆଁ ହୋଇଛି । ଗୁରୁବାର ଅର୍ଥାତ୍‌ ଏପ୍ରିଲ ୩ରେ ୨୪ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌ ପ୍ରତି ୯୩,୩୮୦ରେ ପହଞ୍ଚିଛି । ଗତକାଲି ଏହା ୯୨,୮୪୦ ଟଙ୍କା ଥିବା ବେଳେ ପୁଣି ୫୪୦ ଟଙ୍କା ବୃଦ୍ଧି ପାଇଛି । ୨୨ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌ ପ୍ରତି ୮୫,୬୦୦ ଟଙ୍କା ଥିବା ବେଳେ ଗତକାଲି ଏହା ୮୫,୧୦୦ ଟଙ୍କା ଥିଲା । ଏଥିରେ ୫୦୦ ଟଙ୍କା ବୃଦ୍ଧି ହୋଇଛି। ୧୮ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌ ପ୍ରତି ୭୦,୦୪୦ ଟଙ୍କା ଥିବା ବେଳେ ଗତକାଲି ଏହା ୬୯,୬୩୦ ଟଙ୍କା ଥିଲା । ଏଥିରେ ୪୧୦ ଟଙ୍କା ବୃଦ୍ଧି ହୋଇଛି।

Breaking News