ରିପୋର୍ଟକାର୍ଡ / ଭୁବନେଶ୍ୱର
ପୁଣି ବଢିଲା ସୁନା ଦର । ମେ’ ୬ ଅର୍ଥାତ୍ ମଙ୍ଗଳବାର ୨୪ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍ ପ୍ରତି ୯୮,୪୬୦ ଟଙ୍କା ରହିଛି । ଗତକାଲି ଏହା ୯୫,୭୩୦ ଟଙ୍କା ଥିଲା । ଦିନକରେ ୨,୭୩୦ ଟଙ୍କା ବୃଦ୍ଧି ପାଇଛି । ୨୨ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍ ପ୍ରତି ୯୦,୨୫୦ ଟଙ୍କା ରହିଛି । ଗତକାଲି ଏହା ୮୭,୭୫୦ ଟଙ୍କା ଥିଲା । ଏଥିରେ ୨,୫୦୦ ଟଙ୍କା ବୃଦ୍ଧି ପାଇଛି । ୧୮ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍କୁ ୭୩, ୮୪୦ ଟଙ୍କା ରହିଛି । ଗତକାଲି ଏହା ୭୧,୮୦୦ ଟଙ୍କା ଥିଲା । ଏଥିରେ ୨,୦୪୦ ଟଙ୍କା ବୃଦ୍ଧି ହୋଇଛି । ମାତ୍ର ରୁପା ଦାମ୍ରେ ସାମାନ୍ୟ ହ୍ରାସ ହୋଇଛି । ୧୦୦ ଗ୍ରାମ୍ ରୁପା ଦାମ୍ ୧୦,୭୯୦ ଟଙ୍କା ଥିବା ବେଳେ ଗତକାଲି ଏହା ୧୦,୮୦୦ ଥିଲା । ଏଥିରେ ୧୦ ଟଙ୍କା ହ୍ରାସ ହୋଇଛି ।






More Stories
ବଢିଲା ଏଲପିଜି ସିଲିଣ୍ଡର ଦର….
କମିଲା ସୁନା ଓ ରୂପା ଦର…..
ପାନ ମସଲାକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ବୟାନ…..