ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରାଜ୍ୟ ଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେଇଥିବା ଭାରତୀୟ ଖେଳାଳିମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ବାସଭବନରେ ଆପ୍ୟାୟନ କରିଛନ୍ତି | କହିଛନ୍ତି କି କ୍ରୀଡ଼ା କ୍ଷେତ୍ରରେ ଭାରତରେ ସୁବର୍ଣ୍ଣ ଯୁଗ ଚାଲିଛି | ଦେଶ ୭୫ତମ ସ୍ବାଧୀନତା ଦିବସ ପାଳନ କରୁଥିବା ବେଳେ କ୍ରୀଡ଼ା କ୍ଷେତ୍ରରେ ଏହି କୃତ୍ବିତ୍ବ ମିଳିଥିବା କଥା ମଧ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି। ସେହିପରି, ଆଜି ସରକାର ‘ହର୍ ଘର୍ ତିରଙ୍ଗା’ ଅଭିଯାନ ଆରମ୍ଭ କରୁଥିବା ବେଳେ ପ୍ରଧାନମନ୍ତ୍ରୀ ତ୍ରିରଙ୍ଗାର କ୍ଷମତା ସମ୍ପର୍କରେ ମଧ୍ୟ କହିଛନ୍ତି। ନିକଟ ଅତୀତରେ ଶେଷ ହୋଇଥିବା ରାଜ୍ୟ ଗୋଷ୍ଠୀ କ୍ରୀଡ଼ାର କୃତ୍ବିତ୍ବ ପାଳନ ପାଇଁ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କହିଛନ୍ତି, ୟୁକ୍ରେନ୍ରେ ଆମେ ତ୍ରିରଙ୍ଗାର କ୍ଷମତା ଦେଖିଛନ୍ତି। ଯୁଦ୍ଧ କ୍ଷେତ୍ରରେ ତ୍ରିରଙ୍ଗା କେବଳ ଭାରତୀୟମାନଙ୍କୁ ନୁହେଁ, ଅନ୍ୟ ଦେଶର ନାଗରିକମାନଙ୍କୁ ମଧ୍ୟ ସୁରକ୍ଷା ଦେଇଛି।

ଇଂଲଣ୍ଡ୍ର ବର୍ମିଙ୍ଗ୍ହାମ୍ରେ ଆୟୋଜିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସମୁଦାୟ ୬୧ଟି ପଦକ ହାସଲ କରି ଫେରିଥିବା ଭାରତୀୟ ଖେଳାଳିମାନଙ୍କୁ ଆପ୍ୟାୟନ କରିବା ଲାଗି ପ୍ରଧାନମନ୍ତ୍ରୀ ଆୟୋଜନ କରିଥିବା କାର୍ଯ୍ୟକ୍ରମରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ଏବଂ କେନ୍ଦ୍ର ରାଜ୍ୟ କ୍ରୀଡ଼ାମନ୍ତ୍ରୀ ନୀତୀଶ ପ୍ରମାଣିକ ମଧ୍ୟ ଉପସ୍ଥିତ ଥିଲେ। ଭାରତୀୟ ଖେଳାଳିମାନେ ଜିଣିଥିବା ପଦକ ମଧ୍ୟରେ ରହିଛି ୨୨ଟି ସ୍ବର୍ଣ୍ଣ, ୧୬ଟି ରୌପ୍ୟ ଏବଂ ୨୩ଟି କାଂସ୍ୟ। ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ରେ ଆୟୋଜିତ ୧୬ ପ୍ରକାରର ଖେଳରେ ପ୍ରାୟ ୨୦୦ ଭାରତୀୟ ଖେଳାଳି ଅଂଶ ଗ୍ରହଣ କରିଥିଲେ।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..