Report Card Odisha

| Daily Odia News

କଂଗ୍ରେସ ଛାଡିଲେ ସୁନୀଲ୍‌ ଜାଖଡ଼…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପଞ୍ଜାବର ପୂର୍ବତନ କଂଗ୍ରେସ ମୁଖ୍ୟ ସୁନୀଲ ଜାଖଡ଼ ଦଳ ଛାଡ଼ିଛନ୍ତି। କଂଗ୍ରେସ ଶୃଙ୍ଖଳା କମିଟିଦ୍ବାରା ଲାଞ୍ଛିତ ହୋଇ ଆଜି ଦଳରୁ ବିଦାୟ ନେଇଥିବା ଜଣାପଡିଛି | ‘ମନ୍‌ କି ବାତ୍‌’ ଶିରୋନାମାରେ ‘ଫେସ୍‌ବୁକ୍‌ ଲାଇଭ୍‌ ଷ୍ଟ୍ରିମ୍‌’ କରି ସେ ‘ଚିର ବିଦାୟ ଓ ସୌଭାଗ୍ୟ ପ୍ରାପ୍ତ ହୁଅ କଂଗ୍ରେସ୍‌’ ବୋଲି କହି ଦଳ ତ୍ୟାଗ କରିଛନ୍ତି। ୩ ଥର ବିଧାୟକ ଓ ଥରେ ସାଂସଦ ହୋଇଥିବା ଜାଖଡ଼ ତାଙ୍କ ସାମାଜିକ ଗଣମାଧ୍ୟମ ହ୍ୟାଣ୍ଡଲ୍‌ରୁ ସମସ୍ତ ପାର୍ଟି ରେଫେରେନ୍‌ସ୍‌ ହଟାଇ ଦେଇଛନ୍ତି। ତାଙ୍କ ଟୁଇଟର୍‌ ବାୟୋରୁ ସେ କଂଗ୍ରେସ ହଟାଇ ଦେବା ସହ ଟୁଇଟର୍‌ ଆକାଉଣ୍ଟ୍‌ର ପୃଷ୍ଠଭୂମିରେ କଂଗ୍ରେସର ପତାକା ଚିତ୍ର ପରିବର୍ତ୍ତେ ଭାରତର ଜାତୀୟ ପତାକାର ଚିତ୍ର ରଖିଛନ୍ତି। ଜାଖଡ଼ କହିଛନ୍ତି, କେତେକ ପଞ୍ଜାବ କଂଗ୍ରେସ ନେତା ତାଙ୍କ ବିରୋଧରେ ଦଳବିରୋଧୀ କାର୍ଯ୍ୟକଳାପ ଅଭିଯୋଗ ଆଗତ କରିବାରୁ ଶୃଙ୍ଖଳା କମିଟିଦ୍ବାରା ଦଳର ସମସ୍ତ ପଦବୀରୁ ବଞ୍ଚିତ ହୋଇ ସେ ହତୋତ୍ସାହ ହୋଇପଡ଼ିଛନ୍ତି। କଂଗ୍ରେସ ସାଂସଦ ଅମ୍ବିକା ସୋନିଙ୍କୁ ମଧ୍ୟ ସେ ନିନ୍ଦା କରିଛନ୍ତି। କିନ୍ତୁ, ରାହୁଲ୍‌ ଗାନ୍ଧୀଙ୍କୁ ପ୍ରଶଂସା କରି ଜାଖଡ଼ କହିଛନ୍ତି, ସେ ଜଣେ ଉତ୍ତମ ବ୍ୟକ୍ତି। ତୋଷାମଦିଆଙ୍କ ଠାରୁ ଦୂରେଇ ରହି ପୁଣି ଥରେ ଦଳର ନେତୃତ୍ବ ଗ୍ରହଣ କରିବା ଲାଗି ମୁଁ ତାଙ୍କୁ ଅନୁରୋଧ କରିବି। ଏହା ବ୍ୟତିରେକେ, ସେ ଅଭିଯୋଗ କରିଛନ୍ତି ଯେ, ସମ୍ପ୍ରତି ରାଜସ୍ଥାନର ଉଦୟପୁରରେ ଚାଲିଥିବା ତ୍ରିଦିବସୀୟ ଚିନ୍ତନ ଶିବିର ହେଉଛି ଗୋଟାଏ ବାହାନା।

Breaking News