Report Card Odisha

| Daily Odia News

ଏକ୍ସପ୍ରେସ୍‌-ମାଲବାହୀ ଟ୍ରେନ୍ ଧକ୍କା,୪ ମୃତ୍ୟୁ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପଶ୍ଚିମବଙ୍ଗରେ ଏକ ବଡ଼ ଟ୍ରେନ୍‌ ଦୁର୍ଘଟଣା ହୋଇଛି। ଏଠାରେ ଟ୍ରାକ୍ ଉପରେ ଠିଆ ହୋଇଥିବା କାଞ୍ଚନଜଙ୍ଗା ଏକ୍ସପ୍ରେସ୍‌କୁ ଧକ୍କା ଦେଇଛି ମାଲବାହୀ ଟ୍ରେନ୍‌। ଏହି ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୪ ଜଣଙ୍କ ମୃତ୍ୟୁ ହୋଇଛି। ୩୦ ରୁ ଅଧିକଲୋକ ଆହତ ହୋଇଥିବା ଜଣାପଡିଛି | ଆଗକୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ହେବ ଆଶଙ୍କା କରାଯାଉଛି | ଜଳପାଇଗୁଡି ନିକଟରେ ଏହି ଦୁର୍ଘଟଣା ହୋଇଛି। କାଞ୍ଚନଜଙ୍ଗା ଏକ୍ସପ୍ରେସ କୋଲକାତାରୁ ସିଆଲଦାହ ଯାଉଥିଲା। ଏତିକି ବେଳେ ଦ୍ରୁତ ଗତିରେ ଆସି ମାଲବାହୀ ଗାଡି ଏକ୍ସପ୍ରେସ୍ ଟ୍ରେନ୍‌କୁ ଧକ୍କା ଦେଇଛି। ଏଥିରେ ଦୁଇଟି ପାସେଞ୍ଜର ଓ ଗୋଟିଏ ପାର୍ସଲ ବଗି କ୍ଷତିଗ୍ରସ୍ତ ହୋଇଛି। ଘଟଣାସ୍ଥଳରେ ସମସ୍ତ ସରକାରୀ ଓ ପ୍ରାଇଭେଟ୍‌ ହସ୍ପିଟାଲକୁ ଆଲର୍ଟ କରାଯାଇଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ୍ସରେ ପୋଷ୍ଟ କରି ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ଦାର୍ଜିଲିଂ ଜିଲ୍ଲାର ଫନସେଓ୍ଵା ଅଞ୍ଚଳରେ ଏକ ଦୁଃଖଦ ଟ୍ରେନ୍ ଦୁର୍ଘଟଣା ବିଷୟରେ ଜାଣି ମୁଁ ସ୍ତବ୍ଧ । ସପେଟେ ଘଟଣାସ୍ଥଳରେ ଡିଏମ୍, ଏସ୍ପି, ଡାକ୍ତର, ଆମ୍ବୁଲାନ୍ସ ଓ ବିପର୍ଯ୍ୟୟ ଟିମ୍ ପହଞ୍ଚି ରିଲିଫ, ଉଦ୍ଧାର, ଚିକିତ୍ସା ସହାୟତା ଲୋଡ଼ିଛନ୍ତି। ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି |

Breaking News