Report Card Odisha

| Daily Odia News

ଆଉ ରେକର୍ଡିଙ୍ଗ କରିପାରି ବେନି କଲ୍ …..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସବୁ କଲ୍ ରେକର୍ଡିଂ ଆପକୁ ଗୁଗୁଲ୍ ପ୍ଲେ ଷ୍ଟୋର ବ୍ୟାନ୍ କରିବାକୁ ଯାଉଛି । ଏନେଇ ଗୁଗୁଲ ଗତ ମାସରେ ଘୋଷଣା କରିଥିଲା | ପ୍ଲେ ଷ୍ଟୋର ପଲିସି ମୁତାବକ ମେ ୧୧ ତାରିଖ ଅର୍ଥାତ ଆଜିଠୁ ଏହା ଲାଗୁ ହୋଇଯାଇଛି । ଆଜିଠୁ ପ୍ଲେ ଷ୍ଟୋରରେ କୌଣସି ପ୍ରକାର କଲ୍ ରେକର୍ଡିଂ ଆପ୍ ଉପଲବ୍ଧ ହେବ ନାହିଁ ବୋଲି ଗୁଗୁଲ ତରଫରୁ ଘୋଷଣା କରାଯାଇଛି । ତେବେ ଯେଉଁ ଫୋନରେ ରେକର୍ଡିଂ ସୁବିଧା ଅଛି, ସେ ଫୋନରେ ୟୁଜର୍ସ ଏହାର ବ୍ୟବହାର କରିପାରିବେ ବୋଲି କୁହାଯାଇଛି । ଗୁଗୁଲ କଲ୍ ରେକର୍ଡିଂ ଆପ୍ ଜଣେ ୟୁଜର୍ସଙ୍କର ବ୍ୟକ୍ତିଗତ ଗୋପନୀୟତାକୁ ଉଲ୍ଲଙ୍ଘନ କରିଥାଏ । ଏହି କାରଣରୁ ପ୍ଲେ ଷ୍ଟୋରରୁ ଏହି ସବୁ ଆପକୁ ଏବେ ବ୍ୟାନ୍ କରି ଦିଆଯାଇଛି । ତେବେ ଗୁଗୁଲ ତରଫରୁ ଏହା ମଧ୍ୟ ସ୍ପଷ୍ଟୀକରଣ ରଖାଯାଇଛି ଯେ, ଯଦି ଆପଣଙ୍କ ଫୋନରେ କଲ୍ ରେକର୍ଡିଂ ସୁବିଧା ଇନ୍ ବିଲ୍ଡ୍ ଅଛି ତେବେ ଆପଣଙ୍କୁ କଲ୍ ରେକର୍ଡ କରିବାରେ କୌଣସି ଅସୁବିଧା ହେବ ନାହିଁ । ଏହି ଘୋଷଣା ପରେ ଟ୍ରୁ କଲର୍ ମଧ୍ୟ ନିଜ ଆପରୁ ରେକର୍ଡିଂ ଫିଚର ହଟେଇବାକୁ ଘୋଷଣା କରିଥିଲା । ଅର୍ଥାତ, ଟ୍ରୁ କଲର୍ ସାହାଯ୍ୟରେ ୟୁଜର୍ସମାନେ ଏବେ ଆଉ କଲ୍ ରେକର୍ଡିଂ କରିପାରିବେ ନାହିଁ ।

Breaking News