ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଗୁଗୁଲ ପୁଣି ଥରେ ନିଜ କର୍ମଚାରୀଙ୍କୁ ଛଟେଇ କରି ଚର୍ଚ୍ଚାରେ ରହିଛି। କମ୍ପାନୀର ମୁଖପାତ୍ର କହିଛନ୍ତି ଯେ ଏଥର ଛଟେଇ ସୀମିତ ସ୍ତରରେ ହୋଇଛି। ଏହାଦ୍ୱାରା ପୁରା କମ୍ପାନୀରେ କୌଣସି ପ୍ରଭାବ ପଡିବ ନାହିଁ। ଛଟେଇ ହୋଇଥିବା କର୍ମଚାରୀ ମାନେ ଗୁଗୁଲରେ ଅନ୍ୟାନ୍ୟ ପଦବୀ ପାଇଁ ଆବେଦନ କରିବାର ସୁଯୋଗ ପାଇପାରିବେ। ପ୍ରକୃତରେ କେତେ କର୍ମଚାରୀଙ୍କୁ ଛଟେଇ କରାଯାଇଛି ଏବଂ କେଉଁ ବିଭାଗରେ ଛଟେଇ ହୋଇଛି ସେ ସମ୍ପର୍କରେ କମ୍ପାନୀ ମୁଖପାତ୍ର କୌଣସି ସୂଚନା ଦେଇନାହାଁନ୍ତି। ସୂଚନା ଅନୁସାରେ ଗୁଗୁଲ ଏହାର ଅପରେଟିଂ ଖର୍ଚ୍ଚକୁ ଭଲ ଭାବରେ ପରିଚାଳନା କରିବା ପାଇଁ କମ୍ପାନୀ କାର୍ଯ୍ୟରେ ପ୍ରମୁଖ ପରିବର୍ତ୍ତନ କରୁଛି। ଯେଉଁ ବିଭାଗରେ ପରିବର୍ତ୍ତନ ହେଉଛି ସେଥିରେ ଭାରତ ସମେତ ଚିକାଗୋ ହବ୍ ସାମିଲ ରହିଛି। ଏହି ପରିବର୍ତ୍ତନ ହେଲେ ଭାରତରେ ପ୍ରଭାବ ପଡିବ ବୋଲି କୁହାଯାଉଛି। ୨୦୨୪ରେ ଏହା ହେଉଛି ଗୁଗୁଲର ଦ୍ୱିତୀୟ ଛଟେଇ। ଗତ ଜାନୁଆରୀ ମାସରେ ଗୁଗୁଲ ନିଜ କର୍ମଚାରୀଙ୍କୁ ଛଟେଇ କରିଥିଲା। ଇଞ୍ଜିନିୟରିଂ, ହାର୍ଡୱେର୍ ଏବଂ ଆସିଷ୍ଟାଣ୍ଟ ପଦବୀରେ ଅନେକ କର୍ମଚାରୀଙ୍କୁ ଛଟେଇ କରାଯାଇଥିଲା।






More Stories
ପ୍ରତି ଆମେରିକୀୟଙ୍କୁ ମିଳିବ ୪.୭୬ ଲକ୍ଷ ଟଙ୍କା!…..
ରାହୁଲ ଗାନ୍ଧୀ ଭିିଭିଆଇପି ନୁହନ୍ତି, ଆମ ସାମନାରେ ସବୁ ମାମଲା ସମାନ……
ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି……