Report Card Odisha

| Daily Odia News

ଗୋପାଳ ଚୌଦ୍ୱାର ଜେଲ୍‌ରେ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ  ହତ୍ୟାର ଅଭିଯୁକ୍ତ ଗୋପାଳ ଦାସଙ୍କୁୁ ଚୌଦ୍ୱାର ମଣ୍ଡଳ କାରାଗାରକୁ ସ୍ଥାନାନ୍ତର କରାଯାଇଛି। ନିଜ ଜୀବନ ପ୍ରତି ବିପଦ ଆଶଙ୍କା କରି ସେ କୋର୍ଟଙ୍କୁ ଅନୁରୋଧ କରିଥିଲା । କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ତାକୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଗତକାଲି ଝାରସୁଗୁଡ଼ା ଜେଲ୍‌ରୁ ଚୌଦ୍ୱାରକୁ ଅଣାଯାଇଛି ।  ଗୋପାଳର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ ଜେଲର  ୩ ନମ୍ବର ସେଲରେ ରଖା ଯାଇଛି। ସୂଚନା ଅନୁସାରେ, ଚୌଦ୍ୱାର ଜେଲ୍‌ ଭିତରେ ଗୋପାଳ ୨୪ ଘଣ୍ଟିଆ ସୁରକ୍ଷା ବଳୟ ସାଙ୍ଗକୁ ସିସିଟିଭି ସର୍ଭେଲାନ୍ସ ଭିତରେ  ରହିଛି । ଗୋପାଳର ମାମଲା ଝାରସୁଗୁଡ଼ା କୋର୍ଟରେ ଥିବାରୁ ତା’ର କୋର୍ଟ ହାଜିରା ପାଇଁ ଚୌଦ୍ୱାରରୁ ଭିଡିଓ କପ୍‌ଫରେନ୍ସିଂର ବ୍ୟବସ୍ଥା କରାଯାଇଛି । ଜେଲ୍‌ ମାନୁଆଲ ଅନୁଯାୟୀ ତା’ର ହେଲ୍‌ଥ ଚେକ୍‌ ଅପ୍‌ ଓ ମାନସିକ ସ୍ୱାସ୍ଥ୍ୟ ଯାଞ୍ଚ କରାଯିବ | ସେପଟେ ଗୋପଳଙ୍କ ପତ୍ନୀ ଏବଂ ପୁଅ କହିଛନ୍ତି କି ତାଙ୍କ ଜୀବନ ପ୍ରତି ବିପଦ ରହିଛି | ପତ୍ନୀ କହିଛନ୍ତି ମୋ ସ୍ୱାମୀ ଯାହା ଭୁଲ କରିଛନ୍ତି ତାଙ୍କୁ ଦଣ୍ଡ ଦିଅ , କିନ୍ତୁ ତାଙ୍କ ଜୀବନ ବଞ୍ଚେଇ ଦିଅନ୍ତୁ | ତାଙ୍କ ଜୀବନ ପ୍ରତି ବିପଦ ରହିଛି |

Breaking News