ରିପୋର୍ଟ କାର୍ଡ / ଝାରସୁଗୁଡା
ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ଗୋପାଳ ଦାସର ଡିସଚାର୍ଜ ପିଟିସନର ଖାରଜ ହୋଇଯାଇଛି । ଆଜି ଗୋପାଳକୁ ଚୌଦ୍ୱାର ଜେଲରୁ ଅଣାଯାଇ ଝାରସୁଗୁଡା ଏଡିଜେ କୋର୍ଟରେ ହାଜର କରାଯାଇଥିଲା । ଗୋପାଳ ପକ୍ଷରୁ ଦାଖଲ ହୋଇଥିବା ଡିସ୍ଚାର୍ଜ ପିଟିସନର ଶୁଣାଣି ହୋଇଥିବା ବେଳେ କୋର୍ଟ ଏହାକୁ ଖାରଜ କରିଛନ୍ତି l ଏହା ସହ ଉଭୟ ପକ୍ଷ ଏବଂ ବିପକ୍ଷ ଓକିଲଙ୍କ ଉପସ୍ଥିତିରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଦାଖଲ ହୋଇଥିବା ଚାର୍ଜସିଟ୍ ଆଧାରରେ ଗୋପାଳ ବିରୋଧରେ ଚାର୍ଜଫ୍ରେମ୍ ହୋଇଛି । କୋର୍ଟଙ୍କ ସମ୍ମୁଖରେ ଗୋପାଳ ନିଜକୁ ନିର୍ଦୋଷ କହିବା ସହ ତାଙ୍କର ଓକିଲ ଏହି ମାମଲା ଲଢ଼ିବେ ବୋଲି କହିଥିବା ଗୋପାଳର ଓକିଲ ନରେଶ ନାୟକ ପ୍ରକାଶ କରିଛନ୍ତି । ଆଗାମୀ ଶୁଣାଣି ଏବଂ ସାକ୍ଷଗ୍ରହଣ ଆସନ୍ତା ୫ ତାରିଖରେ ହେବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଥିବା ନରେଶ ନାୟକ ସୂଚନା ଦେଇଛନ୍ତି । କୋର୍ଟ ଡିସଚାର୍ଜ ପିଟିସନ୍ ଉପରେ କରିଥିବା ଶୁଣାଣି ସମୟରେ ଉଭୟ ପକ୍ଷର ସମସ୍ତ ଦଲିଲ ଓ ତଥ୍ୟ ଉପରେ କୋର୍ଟରେ ଆଲୋଚନା ହୋଇଥିଲା । ଗୋପାଳକୁ ପୁଣି ଥରେ ଚୌଦ୍ୱାରା ଜେଲ୍କୁ ନିଆଯାଇଛି l






More Stories
କାଲିଠାରୁ CBSE ଦଶମ-ଦ୍ବାଦଶ ପରୀକ୍ଷା…..
ମୋତେ ନିୟମକାନୁନ ଦେଖାନା…..
ଗୀତା ପଟ୍ଟନାୟକଙ୍କ ଶେଷକୃତ୍ୟ ସମ୍ପନ୍ନ…..