Report Card Odisha

| Daily Odia News

କୋର୍ଟରେ ହାଜର ହେଲା ଗୋପାଳ…..

ରିପୋର୍ଟ କାର୍ଡ / ଝାରସୁଗୁଡା

ପୂର୍ବତନ ସ୍ବାସ୍ଥମାନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଆଜି ଅଭିଯୁକ୍ତ ଗୋପାଳ ଦାସକୁ ଝାରସୁଗୁଡା ଏଡିଜେ କୋର୍ଟରେ ହାଜର କରାଯାଇଛି | ଚୌଦ୍ୱାର ଜେଲରୁ ଗୋପାଳକୁ କଡା ସୁରକ୍ଷା ବଳୟରେ ଝାରସୁଗୁଡା କୋର୍ଟକୁ ନିଆଯାଇଥିଲା | ଏଠାରେ ଏଡିଜେ କୋର୍ଟରେ ଗୋପାଳ ବିରୋଧରେ ଆସିଥିବା ଅଭିଯୋଗ ଆଧାରରେ ଚାର୍ଜଫ୍ରେମ ହେବାର ଥିଲା | ମାତ୍ର ପ୍ରତିପକ୍ଷ ଡିସ୍ଚାର୍ଜ ପିଟିସନ ଦାଖଲ କରିଥିଲେ | ଗୋପାଳକୁ ପୁଣି ଥରେ ଚୌଦ୍ୱାରକୁ ନିଆଯାଇଛି | ଗୋପାଳ ଦାସ ନିଜ ପାଇଁ ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ମହେଶ ଜେନାଙ୍କୁ ନିଯୁକ୍ତ କରିଛନ୍ତି | ଗତ ୨୬ ତାରିଖରେ ହାଜିରା ସମୟରେ ଗୋପାଳ ନିଜ ପାଇଁ ଆଇନଜୀବୀ ଠିକ କରିନଥିବାରୁ ଷ୍ଟେଟ ଡିଫେନ୍ସ କାଉନସିଲ ନରେଶ ନାୟକଙ୍କୁ ନିଯୁକ୍ତ କରାଯାଇଥିଲା | ମାମଲାର ପରବର୍ତୀ ଶୁଣାଣି ଆସନ୍ତା ୨୧ ତାରିଖ ହେବ |

Breaking News