Report Card Odisha

| Daily Odia News

ଗୋରୁ ଚାଲାଣ ବେଳେ ୬ ମାଫିଆ ଗିରଫ……

ରିପୋର୍ଟ କାର୍ଡ / ମୟୁରଭଞ୍ଜ

ବେଆଇନ ଗୋରୁ ଚାଲାଣ ବେଳେ ଧରା ପଡିଲେ ମାଫିଆ । ରାସଗୋବିନ୍ଦପୁର ପୋଲିସ ଖବର ପାଇ ମୟୂରଭଞ୍ଜ ସୁବାଣ୍ଡିହି ଛକ ନିକଟରେ ପାଞ୍ଚଟି ଗାଡିକୁ ଧରିବା ସହ ମାଫିଆଙ୍କୁ ଗିରଫ କରିଛି । ଦୀର୍ଘ ଦିନ ହେବ ସୁବାଣ୍ଡିହି ଦେଇ ଶହଶହ ଗାଈଗୋରୁ ପୋଡଶୀ ରାଜ୍ୟ ପଶ୍ଚିମବଙ୍ଗକୁ ଚାଲାଣ ହେଉଛନ୍ତି । ଶନିବାର ମାଫିଆମାନେ ଅମାନବୀୟ ଭାବେ ଗୋଟିଏ ପିକଅପରେ ୨୫ରୁ ଅଧିକ ଗାଈଗୋରୁଙ୍କୁ ନେଉଥିଲେ । ୫ଟି ଗାଡିରେ ଏପରି ଭାବେ ମୋଟ ୧୧୪ରୁ ଅଧିକ ଗାଈଗୋରୁଙ୍କୁ ଚାଲାଣ କରାଯାଉଥିଲା । ପୋଲିସ ଚଢଉ କରି ଚୋରା ଚାଲାଣର ପର୍ଦ୍ଦାଫାସ କରିଥିବା ବେଳେ ୬ ଜଣଙ୍କୁ ଗିରଫ ରଖିଛି । ଏହାସହ ଏକ ମୋଟର ସାଇକେଲ ମଧ୍ୟ ଜବତ କରାଯାଇଛି । ଗିରଫ ଛଅ ଜଣ ହେଉଛନ୍ତି ସେକ୍ ଆଜମେର,ସେକ୍ ଇରଫାନ୍,ସେକ୍ ଟୁନା,ସେକ୍ ମୋନାଲ,ମୁନା ଖାଁ,ଜଲାଉଦିନ । ସମସ୍ତେ ବସ୍ତା ଓ ରୁପସା ଥାନା ଅନ୍ତର୍ଗତ ବୋଲି ଜଣାପଡିଛି । ରାସଗୋବିନ୍ଦପୁର ଆଇ ଆଇ ସି ଲୋପାମୁଦ୍ରା ନାୟକ ସମସ୍ତ ଗାଈଗୋରୁଙ୍କୁ ପ୍ରାଥମିକ ଚିକିତ୍ସା ପରେ ଗୋଶାଳାକୁ ପଠାଇ ଦେଇଛନ୍ତି ।

Breaking News