ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ନିଜ ଦେଶକୁ ଫେରିଛନ୍ତି । ଜନଆନ୍ଦୋଳନ ତେଜିବା ପରେ ଜୁଲାଇ ୧୩ ତାରିଖରେ ଶ୍ରୀଲଙ୍କାଛାଡି ପଳାଇଯାଇଥିଲେ ଗୋଟାବାୟା | ପ୍ରାୟ ୫୧ ଦିନ ପରେ ସେ ସ୍ବଦେଶ ଫେରିଛନ୍ତି । ଏହାକୁ ନେଇ ଦେଶରେ ପୁଣି ବିରୋଧ ଆଶଙ୍କା ଥିବାରୁ ତାଙ୍କ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ତାଙ୍କ ପାଇଁ ଶ୍ରୀଲଙ୍କା ସରକାର ଏକ ସରକାରୀ ବାସଗୃହ, ସହାୟକ କର୍ମଚାରୀ ଓ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ଯୋଗାଇଦେଇଛନ୍ତି । ସୂଚନା ଅନୁସରେ-ଶୁକ୍ରବାର ସେ କଲମ୍ବୋର ବନ୍ଦରନାଇକେ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ପହଞ୍ଚିବା ପରେ ତାଙ୍କୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ନିଆଯାଇଥିଲା । କଲମ୍ବୋର ଓ୍ବିଜେରାମା ମେଓ୍ବାଠା ନିକଟରେ ତାଙ୍କୁ ଏକ ସରକାରୀ ବଙ୍ଗଳା ପ୍ରଦାନ କରାଯାଇଛି । ତାଙ୍କ ଘର ନିକଟରେ ବଡ଼ ଭାଇ ମହିନ୍ଦ ରାଜପକ୍ଷେ ରହୁଛନ୍ତି । ସେ ଆମେରିକାରେ ଗ୍ରୀନକାର୍ଡ ଭିସା ପାଇଁ ଆବେଦନ କରିଥିବାବେଳେ ଭିସା ମଂଜୁର ହେବା ପର୍ଯ୍ୟନ୍ତ କଲମ୍ବୋରେ ରହିବେ ବୋଲି ଜଣାପଡିଛି | ଉଲ୍ଲେଖ ଯୋଗ୍ୟ- ଶ୍ରୀଲଙ୍କା ସ୍ବାଧୀନତା ପରଠାରୁ ସଂକଟ ଦେଇ ଗତିକରୁଛି । ଦେଶର ଜନ ଆନ୍ଦୋଳନ ଫଳରେ ଟୋଗାବାୟା ଗତ ଜୁଲାଇ ୧୩ ତାରିଖରେ ଶ୍ରୀଲଙ୍କାଛାଡି ମାଳଦ୍ବୀପ ପଳାଇଯାଇଥିଲେ । ସେଠାରେ ଦୁଇ ଦିନ ରହିବା ପରେ ସେ ସିଂଗାପୁର ପଳାଇଯାଇଥିଲେ ।






More Stories
ଓଡିଶା ସରକାରଙ୍କୁ ଟାର୍ଗେଟ କଲେ ମହୁଆ……
ଦକ୍ଷିଣ ଗାଜା ଉପରେ ଇସ୍ରାଏଲର ଆକ୍ରମଣ…..
କେନ୍ଦ୍ରୀୟ ଅବକାରୀ ବିଲ୍ ପାସ୍…..