ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କଂଗ୍ରେସରୁ ଇସ୍ତଫା ଦେବାର କିଛି ଘଣ୍ଟା ମଧ୍ୟରେ ବିଜେପିରେ ସାମିଲ ହୋଇଛନ୍ତି ବରିଷ୍ଠ ନେତା ଗୌରବ ବଲ୍ଲଭ। ଗୁରୁବାର ସକାଳେ ସେ କଂଗ୍ରେସର ସମସ୍ତ ପଦରୁ ଇସ୍ତଫା ଦେଇ ଦଳର ଅଧ୍ୟକ୍ଷଙ୍କୁ ପତ୍ର ପଠାଇଥିଲେ। ଦଳ ଛାଡିବା ପରେ ସୋସିଆଲ ମିିଡିଆରେ ପୋଷ୍ଟ କରି ଗୌରବ ବଲ୍ଲଭ କହିଛନ୍ତି ଯେ େ ସସନାତନ ଧର୍ମ ବିରୋଧୀ ନାରା ଦେଇପାରିବେନି। ତେଣୁ ସେ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଛନ୍ତି। ସୂଚନାଯୋଗ୍ୟ ଯେ, ଗୌରବ ବଲ୍ଲଭ କଂଗ୍ରେସର ମୁଖପାତ୍ର ଭାବେ ବେଶ ଲୋକପ୍ରିୟ । ବିଶେଷକରି ବିଜେପି ମୁଖପାତ୍ର ସମ୍ବିତ ପାତ୍ରଙ୍କ ସହ ସେ ଅନେକ ମଞ୍ଚରେ ମୁହାଁମୁହିଁ ହେଇଥାନ୍ତି । ଗୌରବ ବଲ୍ଲଭ ଜଣେ ଅର୍ଥନୀତି ପ୍ରଫେସର ଏବଂ ବୃତ୍ତି ଅନୁଯାୟୀ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ। ସେ ବିଗତ ଅନେକ ବର୍ଷ ଧରି କଂଗ୍ରେସ ଦଳରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାମ କରୁଥିଲେ। ରାଜସ୍ଥାନ ବିଧାନସଭା ନିର୍ବାଚନରେ ଉଦୟପୁରରୁ ନିର୍ବାଚନ ଲଢିଥିଲେ। କିନ୍ତୁ ବିଜେପି ପ୍ରାର୍ଥୀ ତରାଚନ୍ଦ୍ର ଜୈନଙ୍କ ଠାରୁ ୩୨ହଜାର ଭୋଟରେ ପରାଜିତ ହୋଇଥିଲେ।






More Stories
ଅସ୍ତ୍ର ବିରତି ସତ୍ତ୍ବେ ଇସ୍ରାଏଲର ଆକ୍ରମଣ ଜାରି….
ସାରା ରାଜ୍ୟ ଉପରେ ରହିବ ସରକାରଙ୍କ ନଜର….
ଆଜି ଆସାମ,କେରଳ ଓ ପୁଡୁଚେରୀ ନିର୍ବାଚନ…..