Report Card Odisha

| Daily Odia News

ସରକାରୀ ମାଗଣା ଯୋଜନା ଭୋଟ ସର୍ବସ୍ବ ଓ ଦେଶକୁ ବର୍ବାଦ କରିବ…..

ରିପୋର୍ଟ କାର୍ଡ / କଟକ

ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରରେ ସରକାର ଭୋଟ ପାଇବା ପାଇଁ ଲୋକଙ୍କ ଅର୍ଥରେ ମାଗଣା ବିଦ୍ୟୁତ ଦେୟ,ପାଣି ଟିକସ,କାଳିଆ ଆଦି ଅନେକ ଯୋଜନା ଘୋଷଣା କରି ଭୋଟ ହ।ତେଇବାକୁ ପ୍ରୟାସ କରିବା ଦେଖିବାକୁ ମିଳୁଛି l ଏହା ବାଦ ସଂରକ୍ଷଣ ଜାତି ଜାତି ମଧ୍ୟରେ ବିଭେଦ ସୃଷ୍ଟି କରି ଚାଲିଛି l ଏ ସମ୍ପର୍କରେ କଟକ ମହାନଗର ବରିଷ୍ଠ ନାଗରିକ ମହାସଭା ଅନୁକୁଲ୍ୟରେ ଡ଼ା କୃପାସିନ୍ଧୁ ପଣ୍ଡା ଙ୍କ ସଭାପତିତ୍ବରେ ଏକ ଆଲୋଚନା ସଭା ପଣ୍ଡା ମେଡିକାଲ ହଲ ରେ ଅନୁଷ୍ଠିତ ହୋଇ ଯାଇଛି l ପ୍ରଫେସର ବୈଷ୍ଣବ ସାମଲ ବକ୍ତା ଭାବେ ଯୋଗ ଦେଇ ମାଗଣା ଉପହାର ଯୋଜନା ଭୋଟ ସର୍ବସ୍ବ ବୋଲି କହି ଥିଲେ l ଏହାକୁ ସବୁ ସରକାର ଆପଣେଇ ନେଇଛନ୍ତି । ଏହା ଲୋକଙ୍କ ଅର୍ଥରେ ଦେଶକୁ ବର୍ବାଦ ଆଡ଼କୁ ନେଇଯିବ l ସେହିପରି ଜାତିଗତ ସଂରକ୍ଷଣ ୧୦ ବର୍ଷ ପାଇଁ ଆମ୍ବେଦକର କରିଥିଲେ l ମାତ୍ର ତାହା ଏ ଯାବତ୍ ଚାଲିଛି l ଏ ସମ୍ପର୍କରେ ଆଜି ଚିନ୍ତା କରିବା କଥା l ଇ ଧୀରେନ୍ଦ୍ର ଓ ଡ ସୁନିଲ ବୋଷ କହିଲେ ଆଜି ମୂଲ ଲାଗିବାକୁ ଲୋକ ମିଳୁ ନାହାନ୍ତି l ସାଧାରଣ ସମ୍ପାଦକ ବିଷ୍ଣୁ ମୋହନ ସାମନ୍ତ ସଭା ପରିଚାଳନା କରିଥିଲେ l ଯୁଗ୍ମ ସମ୍ପାଦକ ବରଦା ଦାସ ଶେଷରେ ଅତିଥି ଓ ଦର୍ଶକ ଙ୍କୁ ଧନ୍ୟବାଦ୍ ଦେଇଥିଲେ l

Breaking News