Report Card Odisha

| Daily Odia News

ଚିନି ରପ୍ତାନୀ ଉପରେ କଟକଣା ଲାଗୁ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଚିନି ରପ୍ତାନୀ ଉପରେ ସରକାର ଲାଗୁ କରିଥିବା କଟକଣା ଆଜିଠାରୁ କାର୍ଯ୍ୟକାରୀ ହୋଇଛି । ଭାରତ ବିଶ୍ୱରେ ସବୁଠୁ ଅଧିକ ଚିନି ଉତ୍ପାଦନ ସହିତ ଅଧିକ ଚିନି ବ୍ୟବହାର କରିଥାଏ । ଗତ ସପ୍ତାହରେ କେନ୍ଦ୍ର ସରକାର ଚିନି ରପ୍ତାନୀ ଉପରେ କଟକଣା ଲାଗୁ କରିଥିଲେ । ଦେଶରେ ବ୍ୟବହାର ପାଇଁ ପର୍ଯ୍ୟାପ୍ତ ପରିମାଣର ଚିନି ଉପଲବ୍ଧ କରାଇବା ଲକ୍ଷ୍ୟରେ ଏହି କଟକଣା ଲାଗୁ କରାଯାଇଛି । ଖାଦ୍ୟ ସଚିବ ସୁଧାଂଶୁ ପାଣ୍ଡେ କହିଛନ୍ତି, ଚଳିତ ବର୍ଷ ଭାରତ ସର୍ବାଧିକ ପରିମାଣର ଚିନି ରପ୍ତାନୀ କରିଛି । ଅକ୍ଟୋବର ଓ ନଭେମ୍ବର ମାସରେ ଦେଶରେ ପର୍ଯ୍ୟାପ୍ତ ପରିମାଣର ଚିନି ଯୋଗାଣକୁ ନିଶ୍ଚିତ କରିବା ଲାଗି ଏଭଳି ପଦକ୍ଷେପ ନିଆଯାଇଛି । ଅକ୍ଟୋବର ଓ ନଭେମ୍ବର ମାସରେ ପାର୍ବଣ ଋତୁ ପଡ଼ୁଥିବାରୁ ସେହି ସମୟରେ ଚିନିର ଚାହିଦା ବୃଦ୍ଧି ପାଇଥାଏ । ସେ କହିଛନ୍ତି, ଆନ୍ତର୍ଜାତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ।

Breaking News