ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦୀର୍ଘ ଏକ ମାସ ପରେ ମଧ୍ୟ ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଜାରିରହିଛି । ଆଉ ୟୁକ୍ରେନରେ ଫସିଥିବା ଭାରତୀୟ ମାନଙ୍କୁ ସରକାରଙ୍କ ଅପରେସନ ଗଂଜ ଅଭିଯାନ ଦ୍ୱାରା ଉଦ୍ଧାର କରାଯଇଛି | ଉଦ୍ଧାର କରାଯାଇଥିବା ଭାରତୀୟ ନାଗରିକଙ୍କ ମଧ୍ୟରେ ଅଧିକାଂଶ ଡାକ୍ତରୀ ଛାତ୍ରଛାତ୍ରୀ ରହିଛନ୍ତି । ତେବେ ସୁବଠାରୁ ବଡ଼ କଥା ହେଉଛି ଏନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୃହରେ ବିବୃତି ରଖିଛନ୍ତି । ସେ କହିଛନ୍ତି ୟୁକ୍ରେନରୁ ଫେରିଥିବା ନାଗରିକଙ୍କ ମଧ୍ୟରେ ୧୩୧୯ଜଣ ଛାତ୍ର ରହିଛନ୍ତି । ସେମାନଙ୍କ ଉପରେ ୧୨୧ କୋଟି ଟଙ୍କାର ଋଣ ରହିଛି । ୟୁକ୍ରେନ୍ ଉପରେ ରୁଷର ଅକ୍ରମଣ ହେତୁ ପିଲାମାନଙ୍କ ପାଠପଢ଼ା ବାଧାପ୍ରାପ୍ତ ହୋଇଛି । ସେମାନଙ୍କ ସମୟ ନଷ୍ଟ ହେଉଛି । ଏଦିଗ ପ୍ରତି ସରକାର ଧ୍ୟନ ଦେଉଛନ୍ତି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୃହରେ ନିଜର ବିବୃତି ରଖିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ପିଲାମନେ ପାଠ ପଢ଼ିବାକୁ ଋଣ ନେଇଥିବା ଟଙ୍କା ଉପରେ ବିଚାରବିମର୍ଶ କରୁଛନ୍ତି ସରକାର । ପରସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଏହି ଦିଗ ପ୍ରତି ଆବଶ୍ୟକ ପଦକ୍ଷେପ ନେବେ । ୧୩୧୯ ଜଣ ଛାତ୍ର ଋଣ ନେଇଛନ୍ତି । ସେମାନଙ୍କ ଉପରେ ୧୨୧.୬କୋଟି ଟଙ୍କା ବାକି ରହିଛି । ଏହି ସୂଚନା ୨୧ଟି ବ୍ୟାଙ୍କ ଦେଇଥିବା ବେଳେ ସରକାର ଏନେଇ ନିଷ୍ପତ୍ତି ନେବେ ବୋଲି ଲୋକସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ।






More Stories
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..
ଛାତ୍ରୀଛାତ୍ରଙ୍କୁ ଟିପ୍ସ ଦେଲେ ମୋଦି…..