ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
୧୩ ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଜି ନୂଆ ନିଯୁକ୍ତି ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଷ୍ଟ୍ରପତି ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋସିଆରି ଓ ଲଦାଖ ଉପରାଜ୍ୟପାଳ ରାଧା କୃଷ୍ଣ ମାଥୁରଙ୍କ ଇସ୍ତଫା ଗ୍ରହଣ କରିଛନ୍ତି। ଆନ୍ଧ୍ରପ୍ରଦେଶ ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଛତିଶଗଡ଼ର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି। ଲେପଟନାଣ୍ଟ ଜେନେରାଲ କୈବଲ୍ୟ ତ୍ରିବିକ୍ରମ ପରନାୟକଙ୍କୁ ଅରୁଣାଚଳ ପ୍ରଦେଶର ରାଜ୍ୟପାଳ ନିଯୁକ୍ତ କରାଯାଇଥିବା ବେଳେ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟଙ୍କୁ ସିକିମ ଓ ସିପି ରାଧାକୃଷ୍ଣନଙ୍କୁ ଝାଡ଼ଖଣ୍ଡର ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି। ସେହିପରି ପ୍ରତାପ ଶୁକ୍ଲାଙ୍କୁ ହିମାଚଳ ପ୍ରଦେଶ, ଗୁଲାବ ଚାନ୍ଦ କାଟେରିଆଙ୍କୁ ଆସାମ, ଜଷ୍ଟିସ ଏସ ଅବଦୁଲ ନଜିରଙ୍କୁ ଆନ୍ଧ୍ରପ୍ରଦେଶ, ବିଶ୍ୱ ଭୂଷଣ ହରିଚନ୍ଦନଙ୍କୁ ଛତିଶଗଡ଼, ସୁଶ୍ରୀ ଅନୁଶୁୟା ଉଇକେଙ୍କୁ ମଣିପୁର, ଲା ଗଣେଷନଙ୍କୁ ନାଗାଲାଣ୍ଡ, ଫଗୁ ଚୌହାନଙ୍କୁ ମେଘାଳୟ, ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ ବିହାର, ରମେଶ ବୈଷଙ୍କୁ ମହାରାଷ୍ଟ୍ର ଓ ବ୍ରିଗେଡିଅର ଡଃ ବି ଡ଼ି ମିଶ୍ରଙ୍କୁ ଲଦାଖ ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି।






More Stories
ରାମଲୀଲା ମୈଦାନରେ ଚାଷୀଙ୍କ ରଣହୁଙ୍କାର…..
ଇରାନ ଉପରେ ବଙ୍କର ବଷ୍ଟର ମାଡ଼ କଲା ଆମେରିକା…..
ମୁନ୍ଦ୍ରା ବନ୍ଦରରେ ପହଞ୍ଚିଛି ଜଗ୍ ଲଡକି…..