Report Card Odisha

| Daily Odia News

ଟିମ ଇଣ୍ଡିଆ କୁ ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ନବୀନ…..


ରିପୋର୍ଟ କାର୍ଡ / ଭୁବନେଶ୍ୱର

୨୦୨୬ ଟି-୨୦ ବିଶ୍ୱ କପ୍ ଟ୍ରଫି ପୁଣି ଥରେ ହାତେଇଛି ଟିମ୍ ଇଣ୍ଡିଆ । ପୂର୍ବ ସଂସ୍କରଣ ମାନେ ୨୦୨୪ରେ ଅନୁଷ୍ଠିତ ଟି-୨୦ ବିଶ୍ୱକପ୍ ଟ୍ରଫି ହାତେଇଥିଲା ରୋହିତ ସେନା । ଆଉ ଏବେ ୨୦୨୬ରେ ଆଉ ଥରେ ଚମ୍ପିଆନ ହୋଇଛି ଟିମ୍ ଇଣ୍ଡିଆ । ତେବେ ଟିମ୍‌ ଇଣ୍ଡିଆ ଟି-୨୦ ବିଶ୍ୱକପ୍‌ ଚମ୍ପିଆନ୍‌ ହେବା ପରେ ଚାରିଆଡୁ ଛୁଟିଛି ଶୁଭେଚ୍ଛାର ସୁଅ । ରାଜ୍ୟପାଳ ହରିବାବୁ କମ୍ଭମପତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିରୋଧୀ ଦଳ ନବୀନ ପଟ୍ଟନାୟକ ‘X’ରେ ପୋଷ୍ଟ କରି ଶୁଭେଚ୍ଛା ଜଣାଇଛନ୍ତି | ରାଜ୍ୟପାଳ ନିଜ ପୋଷ୍ଟରେ ଲେଖିଛନ୍ତି ଯେ, ଦେଶ ପାଇଁ ଆଜି ଗର୍ବରେ ଦିନ । ଭାରତ ଏବେ ଟି-୨୦ ବିଶ୍ୱକପ୍‌ ଚମ୍ପିଆନ୍‌ ହୋଇଛି । ପୁରା ଦେଶ ଆପଣଙ୍କ ଉପରେ ଗର୍ବ କରୁଛି ।ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଲେଖିଛନ୍ତି ଯେ, ଇତିହାସ ସୃଷ୍ଟି ହେଲା । ଟିମ୍‌ ଇଣ୍ଡିଆକୁ ମୋ ହୃଦୟରୁ ଧନ୍ୟବାଦ । ଚମତ୍କାର ଖେଳ ପ୍ରଦର୍ଶନ କରି ଟିମ୍‌ ଇଣ୍ଡିଆ ୨୦୨୬ ଟି-୨୦ ବିଶ୍ୱକପ ଚମ୍ପିଆନ ହୋଇଛି । ପୁରା ଦେଶରେ ଆଜି ଖୁସିର ମାହୋଲ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଟିଭିରେ ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚ୍‌ ଦେଖୁଥିବାର ଦେଖିବାକୁ ମିଳିଛି । ଟିମ୍‌ ଇଣ୍ଡିଆକୁ ଚିୟର ଅପ୍ ମଧ୍ୟ କରୁଥିଲେ ମୁଖ୍ୟମନ୍ତ୍ରୀ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଲେଖିଛନ୍ତି ଯେ, ମେନ୍‌ ଇନ୍‌ ବ୍ଲୁଙ୍କୁ ସ୍ୱାଗତ । ତୃତୀୟ ଥର ପାଇଁ ଟି-୨୦ ବିଶ୍ୱକପ୍‌ ଟ୍ରଫି ଉଠାଇ ରେକର୍ଡ କରିଛି ଟିମ୍‌ ଇଣ୍ଡିଆ । ପୁରା ଟିମ୍‌କୁ ଶୁଭେଚ୍ଛା ଏବଂ ଶୁଭକାମନା । ଆପଣମାନଙ୍କ ଏହି ବିଜୟ ଆଗାମୀ ପୀଢିକୁ ପ୍ରେରଣା ଯୋଗାଇବ । ପୁରା ଦେଶ ଆପଣଙ୍କୁ ନେଇ ଗର୍ବ କରୁଛି ।

Breaking News