ରିପୋର୍ଟ କାର୍ଡ / ଭୁବନେଶ୍ଵର
ରଥଯାତ୍ରା ପାଇଁ ୨ ଦିନ ଛୁଟି ଘୋଷଣା କଲେ ରାଜ୍ୟ ସରକାର | ଚଳିତ ବର୍ଷ ରଥଯାତ୍ରା ଦୁଇ ଦିନ ଚାଲିବାକୁ ଥିବା ବେଳେ ୨ ଦିନ ଛୁଟି ଘୋଷଣା କରାଯାଇଛି | ଜୁଲାଇ ୭ ଆଉ ୮ ତାରିଖକୁ ଛୁଟି ଘୋଷଣା କରବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଧିକାରୀମାନଙ୍କୁ ଆଜିର ରଥଯାତ୍ରା ସମନ୍ବୟ ବୈଠକ ମଞ୍ଚରୁ ନିର୍ଦ୍ଦେଶ ଦେଇଛନ୍ତି। ଦୁଇଦିନିଆ ଛୁଟି ନେଇ ବିଧିବଦ୍ଧ ଭାବରେ ବିଜ୍ଞପ୍ତି ପ୍ରକାଶ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ | ରଥଯାତ୍ରାକୁ ସଫଳ କରିବାପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି। ଆଜି ଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ୨ ଉପ ମୁଖ୍ୟମନ୍ତ୍ରୀ, ଆଇନ ମନ୍ତ୍ରୀ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ଉପସ୍ଥିତ ଥିଲେ। ପୋଲିସ ଡିଜି ଓ ବିଭିନ୍ନ ବିଭାଗର ଅଧିକାରୀ ବି ବୈଠକରେ ସାମିଲ ହୋଇଥିଲେ। ଶୃଙ୍ଖଳିତ ଦର୍ଶନ, ଭିଡ଼ ନିୟନ୍ତ୍ରଣ ଆଦି ବିଭିନ୍ନ ପ୍ରସଙ୍ଗରେ ଏଥିରେ ଆଲୋଚନା ହୋଇଛି।






More Stories
ଭୁବନେଶ୍ୱର ଗଣବଳାତ୍କାର:ଝିଅମାନେ ରାତି ୮ଟା ପରେ…..
ବଢ଼ିବ ଜମି ମୂଲ୍ୟ…..
ବିଶ୍ଵସନୀୟତା ହରାଉଛି ସରକାର….