ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରେଳ କର୍ମଚାରୀଙ୍କ ପାଇଁ ଦୀପାବଳି ବୋନସ ଘୋଷଣା କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ରେଳ କର୍ମଚାରୀଙ୍କୁ ମିଳିବାକୁ ଥିବା ବୋନସ ପ୍ରସ୍ତାବ ଉପରେ ମୋହର ମାରିଛି। ଏ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି। ତାଙ୍କ କହିବା ଅନୁସାରେ ରେଳବାଇ କର୍ମଚାରୀଙ୍କ ପାଇଁ Productivity linked bonus ଘୋଷଣା କରାଯାଇଛି। ଏଥିପାଇଁ ମୋଟ ୧୮୩୨ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି। ଏହାଦ୍ୱାରା ୧୧.୨୭ ଲକ୍ଷ କର୍ମଚାରୀ ଲାଭବାନ ହେବ। ଏହା ୭୮ ଦିନର ମଜୁରୀ ଓ ଜଣେ କର୍ମଚାରୀ ୧୭,୯୫୧ ଟଙ୍କାରୁ ଅଧିକ ବୋନସ ପାଇବେ ନାହିଁ। ଶ୍ରୀ ଠାକୁର କହିଛନ୍ତି, “ପ୍ରତିବର୍ଷ ଭଳି ଏଥର ମଧ୍ୟ ରେଳବାଇ କର୍ମଚାରୀଙ୍କ ପାଇଁ ପ୍ରଡକ୍ଟଭିଟି ଲିଙ୍କଡ ବୋନସ ଘୋଷଣା କରାଯାଉଛି। ୧୧.୨୭ ଲକ୍ଷ କର୍ମଚାରୀଙ୍କୁ ୧୮୩୨ କୋଟି ଟଙ୍କା ବୋନସ ଦିଆଯିବ। ଟ୍ରାକ ମେଣ୍ଟନର୍ସ, ଡ୍ରାଇଭର୍ସ, ଗାର୍ଡ, ଷ୍ଟେସନ ମାଷ୍ଟର, ସୁପରଭାଇଜର ଟେକ୍ନିସିଆନ, ଟେକ୍ନିକାଲ ହେଲପର, କଣ୍ଟ୍ରୋଲର ଓ ଗ୍ରୁପ ସି’ର ସବୁ କର୍ମଚାରୀ ବୋନସ ପାଇବେ।” ତେବେ ବର୍ଷ ୨୦୨୧/୨୦୨୨ ବର୍ଷ ପାଇଁ ଏହି ବୋନସ ଅର୍ଥ RPF/RPSF କର୍ମଚାରୀଙ୍କୁ ମିଳିବ ନାହିଁ। ଏହପୂର୍ବରୁ କେନ୍ଦ୍ର ସରକାର ନନ୍ ଗେଜେଟେଡ୍ ରେଳବାଇ କର୍ମଚାରୀଙ୍କ ପାଇଁ ଦକ୍ଷତାଭିତ୍ତିକ ବୋନସ ଘୋଷଣା କରିଥିଲେ।






More Stories
ଅସ୍ତ୍ର ବିରତି ସତ୍ତ୍ବେ ଇସ୍ରାଏଲର ଆକ୍ରମଣ ଜାରି….
ସାରା ରାଜ୍ୟ ଉପରେ ରହିବ ସରକାରଙ୍କ ନଜର….
ଆଜି ଆସାମ,କେରଳ ଓ ପୁଡୁଚେରୀ ନିର୍ବାଚନ…..