Report Card Odisha

| Daily Odia News

୯୭ ତେଜସ୍‌ ଲଢ଼ୁଆ ବିମାନ କିଣିବ ଭାରତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଅଧିକ ଶକ୍ତିଶାଳୀ ହେବ ଭାରତୀୟ ବାୟୁସେନା | ଶତ୍ରୁକୁ ମାତ ଦେବାପାଇଁ ଭାରତୀୟ ବାୟୁସେନାରେ ସାମିଲ ହେବ ତେଜସ୍‌ ଲଢ଼ୁଆ ଯୁଦ୍ଧ ବିମାନ| ୯୭ଟି ତେଜସ୍‌ ହାଲ୍‌କା ଲଢ଼ୁଆ ଯୁଦ୍ଧ ବିମାନ ସହିତ ୧୫୬ ପ୍ରଚଣ୍ଡ ଲଢ଼ୁଆ ହେଲିକପ୍ଟର କ୍ରୟକୁ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ମଞ୍ଜୁରି ଦେଇଛି। ଭାରତୀୟ ବାୟସେନା ପାଇଁ ଆସିବାକୁ ଥିବା ଏହି ଲଢ଼ୁଆ ବିମାନ କ୍ରୟକୁ ପ୍ରତିରକ୍ଷା ମନ୍ତ୍ରାଳୟ ଅନୁମୋଦନ ଦେଇଛି। ୧୫୬ ପ୍ରଚଣ୍ଡ ଲଢ଼ୁଆ ହେଲିକପ୍ଟର ମଧ୍ୟରୁ ୯୦ଟି ସ୍ଥଳସେନା ପାଇଁ ଏବଂ ୬୬ଟି ଭାରତୀୟ ବାୟୁସେନା ପାଇଁ ଆସିଛି। ଉଭୟ ତେଜସ୍‌ ଏବଂ ପ୍ରଚଣ୍ଡ ହେଲିକପ୍ଟର ଭାରତରେ ନିର୍ମିତ ହେବ ଏବଂ ଏହାର ମୂଲ୍ୟ ୧.୧ ଲକ୍ଷ କୋଟି ଟଙ୍କା । ଏହି ଚୁକ୍ତିକୁ ବାୟୁସେନା ମୁଖ୍ୟ ଭିଆର୍‌ ଚୌଧାରୀ ଏକ ମାଇଲଖୁଣ୍ଟ ବୋଲି କହିଛନ୍ତି। ସୁଖୋଇ-୩୦ର ବିମାନର ଆଧୁନିକରଣ ବାବଦରେ ୧.୩ ଲକ୍ଷ କୋଟି ଖର୍ଚ୍ଚ ହେବ।

Breaking News