Report Card Odisha

| Daily Odia News

ଏଣିକି ବିବାହରେ ଯୌତୁକ ନ ନେବାକୁ ଶପଥପତ୍ର ଦାଖଲ କରିବେ…..

ରିପୋର୍ଟ କାର୍ଡ / ବାରାଣସୀ

ଯୌତୁକ ଉପରେ ଲଗାମ ଲଗାଇବା ପାଇଁ ସରକାରୀସ୍ତରରେ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ସରକାରୀ ସେବାରେ କାର୍ଯ୍ୟରତ ଅଧିକାରୀ ଏବଂ କର୍ମଚାରୀମାନେ ନିଜ ବିବାହରେ ଆଉ ଯୌତୁକ ନେଇପାରିବେ ନାହିଁ। ସେମାନଙ୍କୁ ସେମାନଙ୍କର ନିଯୁକ୍ତି କର୍ତ୍ତୃପକ୍ଷଙ୍କୁ ବିବାହର ସମୟ ଉଲ୍ଲେଖ କରି ଏକ ଶପଥପତ୍ର ଦେବାକୁ ପଡିବ ଯେ, ସେମାନେ ନିଜ ବାହାଘରରେ କୌଣସି ଯୌତୁକ ନେଇ ନାହାନ୍ତି। ଉତ୍ତରପ୍ରଦେଶର ସରକାରୀ କର୍ମଚାରୀଙ୍କ ପାଇଁ ଏହି ନିୟମ ଲାଗୁ କରାଯାଇଛି। ଯୌତୁକ ନିୟନ୍ତ୍ରଣ ପାଇଁ ଏହି ନିୟମ କାର୍ଯ୍ୟକାରୀ ହେଉଛି। ବାରାଣସୀର ଶିକ୍ଷକମାନେ ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରି କହିଛନ୍ତି, ସେମାନେ ଯୌତୁକ ନେବେନାହିଁ ଏବଂ ଛାତ୍ରଛାତ୍ରୀ ଓ ଅନ୍ୟମାନଙ୍କୁ ଏଭଳି କରିବାକୁ ଅନୁପ୍ରେରିତ କରିବେ। ଯୌତୁକ ନିଷେଧ ନିୟମ ୨୦୦୪କୁ କଡାକଡ଼ି ଭାବେ କାର୍ଯ୍ୟକାରୀ କରିବାରେ ଉତ୍ତରପ୍ରଦେଶ ସରକାର ସକ୍ରିୟ ହୋଇପଡ଼ିଛନ୍ତି। ମହିଳା କଲ୍ୟାଣ ବିଭାଗର ନିର୍ଦ୍ଦେଶକ ସନ୍ଦୀପ କୌର ସମସ୍ତ ବିଭାଗର ମୁଖ୍ୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ସରକାରୀ କର୍ମଚାରୀଙ୍କଠାରୁ ଏନେଇ ଏକ ଶପଥପତ୍ର ନିଆଯାଊ। ଏଥିପାଇଁ ନିର୍ଦ୍ଧାରିତ ଫର୍ମାଟରେ ଶପଥପତ୍ର ପୂରଣ କରିବାକୁ ପଡ଼ିବ, ଯେଉଁଥିରେ ଏହା ସ୍ପଷ୍ଟ ହେବା ଆବଶ୍ୟକ ଯେ ସେ ବିବାହ ସମୟରେ କିମ୍ବା ପରେ ଯୌତୁକ ନେଇ ନାହାନ୍ତି।

Breaking News