ରିପୋର୍ଟ କାର୍ଡ / ଭୁବନେଶ୍ବର
ତୃତୀୟ ଲହର ମୁକାବିଲା ଲାଗି ରାଜ୍ୟ ସରକାର ସମର୍ଥ, ସ୍ବାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତ ଅଛି | ବ୍ରିଟେନରେ ଯେମିତି ସଂକ୍ରମଣ ବଢ଼ୁଛି, ତୃତୀୟ ଲହର ସମ୍ଭାବନା ଅଧିକ ରହିଛି | ଏନେଇ ପ୍ରତିକ୍ରିୟା ରଖିଛନ୍ତି ଜନ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର। କହିଛନ୍ତିକି କୋଭିଡ ନିୟମ ଅନୁଯାୟୀ ବିଦେଶଗତଙ୍କର ସର୍ଭେଲାନ୍ସ ଚାଲିଛି, ଦ୍ଵିତୀୟ ଲହରରେ ଯେଉଁ ଚିକିତ୍ସା ଥିଲା, ତାହା ଏବେ ମଧ୍ୟ ରହିଛି । ଓମିକ୍ରନ ଯୋଗୁଁ ଯେଉଁ ପରିସ୍ଥିତି ସୃଷ୍ଟି ହେବ, ତାକୁ ସମ୍ଭାଳିବା ଲାଗି ଆମର କ୍ଷମତା ରହିଛି । ରୋଗୀ ସଂଖ୍ୟା ବୃଦ୍ଧି ସହ ତାଳ ଦେଇ ଭିତ୍ତିଭୂମି ବଢ଼ାଯିବ। ପୂର୍ବ ପ୍ରସ୍ତୁତି ସହ ଅକ୍ସିଜେନ, ବେଡ, ଜରୁରି ଔଷଧ ମହଜୁଦ ରହିଛି। ଆମେ ସତର୍କତା ବଢାଇଛୁ, ଓମିକ୍ରନ ଚିହ୍ନଟ ପାଇଁ ଜିନମ ସିକ୍ବେନ୍ସିଂ ଆବଶ୍ୟକ । ତେଣୁ ସିକ୍ବେନ୍ସିଂ ପାଇଁ ଯାଉଥିବା ନମୁନା ସଂଖ୍ୟା ବଢାଇବାକୁ କୁହାଯାଇଛି । ଏବେ ସୁଦ୍ଧା ରାଜ୍ୟକୁ ଆଟ ରିସ୍କ ଦେଶରୁ ୧୫୦୦ରୁ ଅଧିକ ଲୋକ ଆସିଲେଣି । ଓମିକ୍ରନର ଲକ୍ଷଣ ପୂର୍ବ ଭଳି ପ୍ରାୟ ସମାନ ରହିଛି ବୋଲି ଶ୍ରୀ ମିଶ୍ର କହିଛନ୍ତି।






More Stories
ବିଦ୍ୟୁତ୍ ଉପଭୋକ୍ତାଙ୍କ ପାଇଁ ବଡ଼ ଘୋଷଣା…..
ବଙ୍ଗାଳୀ ଶ୍ରମିକଙ୍କୁ ହତ୍ୟା ,୬ ଗିରଫ…..
ଜଳିଗଲା ବସ୍,୧୦ ମୃତ……