Report Card Odisha

| Daily Odia News

ମଠମନ୍ଦିରଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ ନୂଆ ଯୋଜନା ଆଣୁଛନ୍ତି ସରକାର…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ମଠମନ୍ଦିରଗୁଡ଼ିକର ସୁରକ୍ଷା ଓ ରକ୍ଷଣାବେକ୍ଷଣ ସହ ପରିଚଳନା ସମସ୍ୟା ସମାଧାନ ପାଇଁ ନୂଆ ଯୋଜନା ଆଣୁଛନ୍ତି ରାଜ୍ୟ ସରକାର। ଦେବାଳୟ ପ୍ରକଳ୍ପ ସମ୍ଭାବ୍ୟ ନାଁରେ ଏକ ନୂଆ ଯୋଜନା ଆଣୁଛନ୍ତି ସରକାର। ଏନେଇ ଆଜି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ଆଇନ ମନ୍ତ୍ରୀ କହିଛନ୍ତି, ଯେଉଁ ମଠ ମନ୍ଦିରଗୁଡ଼ିକରେ ସ୍ଥାନରେ ମରାମତି, ରକ୍ଷଣାବେକ୍ଷଣ, ପରିଚାଳନା ସମସ୍ୟା ଅଛି, ଏସବୁ କଥା ଗୁଡ଼ିକୁ ଆଡ୍ରେସ କରାଯିବ। ନିର୍ଦ୍ଦିଷ୍ଟ ରୂପରେଖ ଖୁଵ ଶୀଘ୍ର ସ୍ପଷ୍ଟ ହେବ। ଓଡ଼ିଶାର ସଂସ୍କୃତି ଯେଉଁ ମଠ ମନ୍ଦିର ସହ ଜଡ଼ିତ ଅଛି ସେଗୁଡ଼ିକର ସୁରକ୍ଷା ଆମ ପ୍ରାଥମିକତା। ସେଥିପାଇଁ ଯାହା ଯାହା ଆବଶ୍ୟକ, ସରକାର ନିଶ୍ଚିତ ଭାବେ ସେକଥାକୁ ପ୍ରାଥମିକତା ଦେଇ କରିବେ। ମଠ ମନ୍ଦିରର ସୁରକ୍ଷା ଦୃଷ୍ଟିରୁ କିମ୍ବା ପରିଚାଳନା ଦୃଷ୍ଟିରୁ ଓ ଅବସ୍ଥିତି ଦୃଷ୍ଟିରୁ ଯେଉଁ ସବୁ ଅସୁବିଧା ଥିଲା ତାକୁ ପ୍ରାଥମିକତା ଦେଇ ଚାଲିବୁ। ପରିଚାଳନା ଦୃଷ୍ଟିକୋଣରୁ ଏବଂ ମନ୍ଦିରଗୁଡ଼ିକରେ ଆସୁଥିବା ସମସ୍ୟାର ସମାଧାନ ପାଇଁ ଯେଉଁ ସହାୟତାର କଥା ଆସୁଛି ସେନେଇ ଗମ୍ଭୀରତାର ସହ ଚିନ୍ତା କରାଯାଉଛି । ଯେଉଁ ଦୃଷ୍ଟିକୋଣଗୁଡ଼ିକ ଅନେକ ଦିନ ହେବ ଅବହେଳିତ ହୋଇକି ଅଛି ତାକୁ ଦେଖି ହେବ। ଯଥା ଯୋଗ୍ୟ ସମ୍ମାନ ଦିଆଯାଇ ପାରିବ। ଧର୍ମୀୟ କ୍ଷେତ୍ରରେ ସେକଥାକୁ କରାଯିବ। ଏହାର ବ୍ଲୁ ପ୍ରିଣ୍ଟ ତିଆରି କରୁଛନ୍ତି ସରକାର। ପୂର୍ବ ସରକାରରେ ଅବଢ଼ା ଯୋଜନାରେ କେବଳ ମରାମତି କଥା ରହିଥିଲା, କିନ୍ତୁ ଏହି ଯୋଜନାରେ ଅନେକ ପ୍ରସଙ୍ଗ ଅଛି।

Breaking News